ଭୁବନେଶ୍ବର: ଖେଲୋ ଇଣ୍ଡିଆ ୟୁଥ୍ କ୍ରୀଡ଼ାର ପଞ୍ଚମ ଦିନରେ ଓଡ଼ିଶା ୨ ସ୍ବର୍ଣ୍ଣ ସହ ୫ ପଦକ ପାଇଛି। ସବୁ ପଦକ ଦୌଡ଼କୁଦରୁ ଆସିଛି। ଏହାଫଳରେ ଓଡ଼ିଶାର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ଶନିବାର ସବିତା ଟପ୍ପୋ ତାଙ୍କର ଦ୍ବିତୀୟ ସ୍ବର୍ଣ୍ଣ ପଦକ ପାଇଥିଲେ। ୧୦୦ ମିଟର ବାଧାଦୌଡ଼ରେ ୧୩.୯୬ ସେକେଣ୍ଡ ସମୟ ସହ ସେ ପ୍ରଥମ ସ୍ଥାନରେ ରହି ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ସେହିପରି ବାଳକ ବର୍ଗର ୪ ଗୁଣା ୧୦୦ ମିଟର ରିଲେ ଦୌଡ଼ରେ ଓଡ଼ିଶାକୁ ସ୍ବର୍ଣ୍ଣ ପଦକ ମିଳିଛି। ନିତିଶ କୁଲୁ, ଡିଏମ୍ ଜୟରାମ, ଏମ୍ଡି ରେୟାନ ବାଶା ଓ ରାଜେନ୍ଦ୍ର ସିଦ୍ଦୁଙ୍କ ଯୋଡ଼ି ୪୨.୩୩ ସେକେଣ୍ଡ ସମୟ ନେଇ ଏହି ପଦକ ପାଇଥିଲେ। ବାଳକ ଟ୍ରିପଲ ଜମ୍ପ୍ରେ ସ୍ବାଗତ ବେହେରା ୧୪.୯୫ ମିଟର ସହ ରୌପ୍ୟ ପଦକ ପାଇଛନ୍ତି।
/sambad/media/post_attachments/wp-content/uploads/2023/02/654s654fsh6hf.jpg)
ଏହି ଇଭେଣ୍ଟରେ ତେଲେଙ୍ଗାନାର କେ. ପ୍ରଣୟ (୧୪.୯୫ ମିଟର) ଓ ତାମିଲନାଡୁର ସାରନ ଜେଷ୍ଟସ୍ (୧୪.୮୦ ମିଟର)ଙ୍କୁ ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ମିଳିଥିଲା। ବାଳିକା ଟ୍ରିପଲ୍ ଜମ୍ପ୍ରେ ମେରିମୁକ୍ତା ସୋରେଙ୍ଗ୍ ୧୨.୦୧ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ତାମିଲନାଡୁର ଅଭିନୟ ଶ୍ରୀ (୧୨.୦୫ ମିଟର) ଓ କର୍ଣ୍ଣାଟକର ଭୂମିକା (୧୨.୦୨ ମିଟର) ଏହି ଇଭେଣ୍ଟରେ ପ୍ରଥମ ଓ ଦ୍ବିତୀୟ ହୋଇଥିଲେ। ବାଳିକା ୪ ଗୁଣା ୧୦୦ ମିଟର ରିଲେ ଦୌଡ଼ରେ ଯମୁନା ଟୁଡୁ, ମେରିମୁକ୍ତା ସୋରେଙ୍ଗ, ଲକ୍ଷ୍ମୀପ୍ରିୟା କିଷାନ, ସବିତା ଟପ୍ପୋ ୪୯.୮୮ ସେକେଣ୍ଡ ସମୟ ନେଇ କାଂସ୍ୟ ପଦକ ହାସଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/sf54h64sfh65fhs4sf65h.jpg)