ଭୁବନେଶ୍ବର : ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଓ ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ (ଏଆଇୟୁ) ମିଳିତ ଆନୁକୂଲ୍ୟରେ ଚଳିତ ମାସ ୨୫ରୁ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ଆୟୋଜିତ ହେବାକୁଥିବା ତୃତୀୟ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାରୁ ୧୪୧ (୧୧୯ ଆଥ୍‌ଲେଟ୍‌ ଓ ୨୨ ସପୋର୍ଟ ଷ୍ଟାଫ୍‌) ଜଣ ଭାଗ‌ ନେବେ। ଏଥିରେ କିଟ୍‌, ସମ୍ବଲପୁର ଓ ଉତ୍କଳ ବିଶ୍ବବିଦ୍ୟାଳୟର ଖେଳାଳି ରହିଛନ୍ତି। ସର୍ବାଧିକ କିଟ୍‌ ବିଶ୍ବବିଦ୍ୟାଳୟର ୭୧ (୫୮ ଆଥ୍‌ଲେଟ୍‌ ଓ ୧୩ ସପୋର୍ଟ ଷ୍ଟାଫ୍‌) ଜଣ ରହିଥିଲା ‌ବେଳେ ସମ୍ବଲପୁରରୁ ୬୫ (୫୮ ଆଥ୍‌ଲେଟ୍‌ ଓ ୭ ସପୋର୍ଟ ଷ୍ଟାଫ୍‌) ଏବଂ ଉତ୍କଳରୁ ୫ (୩ ଆଥ୍‌ଲେଟ୍‌ ଓ ୨ ସପୋର୍ଟ ଷ୍ଟାଫ୍‌) ରହିଛନ୍ତି।

Advertisment

ବ୍ୟକ୍ତିଗତ ବର୍ଗରେ କିଟ୍‌ର ବିକ୍ରାନ୍ତ ମଲ୍ଲିକ, ପ୍ରଜ୍ଞା ପ୍ରଶାନ୍ତି ସାହୁ ଓ ଲାଲୁ ପ୍ରସାଦ ଭୋଇ, ସମ୍ବଲପୁର ସ୍ବାଧୀନ ମାଝି ଏବଂ ଉତ୍କଳର ପ୍ରତ୍ୟାଶା ରାୟଙ୍କଠାରୁ ଓଡ଼ିଶା ପଦକ ଅଶାରେ ରହିଛି। ସେହିଭଳି ଦଳଗତରେ କିଟ୍‌ ରଗ୍‌ବି (ପୁରୁଷ ଓ ମହିଳା), ଟେନିସ (ପୁରୁଷ ଓ ମହିଳା), ଯୋଗାସନ (ମହିଳା) ଏବଂ ସମ୍ବଲପୁର ହକି (ପୁରୁଷ ଓ ମହିଳା) ଦଳଠୁ ପଦକ ସମ୍ଭାବନା ରହିଛି।