ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଉଦ୍‌ଘାଟିତ

ଗୁଲମାର୍ଗ: ଜମ୍ମୁ କାଶ୍ମୀରର ଗୁଲମାର୍ଗଠାରେ ଆୟୋଜିତ ହେଉଥିବା ଦ୍ବିତୀୟ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲି ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତିଯୋଗିତାରେ ୨୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୨୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା‌ ଏହି ପ୍ରତିଯୋଗିତାର ଉଦ୍‌ଘାଟନ ବେଳେ ଶ୍ରୀ ମୋଦି କହିଥି‌ଲେ ଯେ ଜାମ୍ମୁ କାଶ୍ମୀରକୁ ଶୀତକାଳୀନ କ୍ରୀଡ଼ାର ପେଣ୍ଠସ୍ଥଳି କରିବା ଲାଗି ଏହା ଏକ ପ୍ରୟାସ।

ଏହି ପ୍ରତିଯୋଗିତା ଦ୍ବାରା‌ ଅନ୍ତର୍ଜାତୀୟ ଶୀତକାଳୀନ କ୍ରୀଡ଼ା ମାନଚିତ୍ରରେ ଭାରତ ତା’ର ଉପସ୍ଥିତି ଜାହିର କରିପାରିବ। ସୂଚନାଯୋଗ୍ୟ ଯେ ରାଉରକେଲାର ରଞ୍ଜିତା ‌ବେହେରା ଏହି ପ୍ରତିଯୋଗିତାର ସ୍କି’ ଖେଳରେ ଅଂଶଗ୍ରହଶ କରିବେ। ସେହିଭଳି ଆଇସ୍‌ଷ୍ଟକ୍ ଖେଳରେ ଚାରି ଜଣ ଖେଳାଳି ସୋନୁ ସେମଲିଆ, ସ୍ବରାଜ ମହାପାତ୍ର, ଚନ୍ଦନ ମହାନା ଓ ଅରବିନ୍ଦ ପାଢ଼ି ଓଡ଼ିଶାର ପ୍ରତିନିଧିତ୍ବ କରିବେ ବୋଲି ଓଡ଼ିଶା ଆଇସଷ୍ଟକ୍ ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶା ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛି।

ସମ୍ବନ୍ଧିତ ଖବର