ଭୁବନେଶ୍ବର: କେରଳର କୋଝିକୋଡ଼ସ୍ଥିତ ଭିକେ କୃଷ୍ଣମେନନ୍‌ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ (ଦକ୍ଷିଣାଞ୍ଚଳ) ଲିଗ୍‌ ବୁଧବାର ଉଦ୍‌ଯାପିତ ହୋଇଛି। ଏଥିରେ ଓଡ଼ିଶା ଦଳ ୪ ସ୍ବର୍ଣ୍ଣ ସହିତ ମୋଟ ୧୬ ପଦକ ହାସଲ କରିଛି। ସ୍ବର୍ଣ୍ଣ ବ୍ୟତୀତ ୫ ରୌପ୍ୟ ଏବଂ ୭ କାଂସ୍ୟ ମଧ୍ୟ ସାମିଲ ରହିଛି। ଶ୍ବେତାରାଣୀ ମହନ୍ତ (୪୮ କେଜି ଉପକନିଷ୍ଠ ସାନ୍ଦା), ସୁମିତ୍ରା ମୁଣ୍ଡା (୪୫ କେଜି କନିଷ୍ଠ ସାନ୍ଦା), ମଞ୍ଜୁ ମୁଣ୍ଡା (୪୫ କେଜି ବରିଷ୍ଠ ସାନ୍ଦା) ଓ ପଲ୍ଲବୀ ସାମଲ (ତାଓଲୁ ଚାଙ୍ଗ୍‌କ୍ବାନ) ସ୍ବର୍ଣ୍ଣିମ ସଫଳତା ହାତେଇଥିଲା ବେଳେ ସୁହାନୀ ଗୁରୁହାଣ୍ଡି (୨୭ କେଜି ଉପକନିଷ୍ଠ ସାନ୍ଦା), ମାଳିନୀ ମୁଣ୍ଡା (୩୯ କେଜି ସାନ୍ଦା), ପରି ମିତ୍ତଲ (୫୬ କେଜି ସାନ୍ଦା), ପଲ୍ଲବୀ ସାମଲ (ତାଓଲୁ ଜିଆଂଶୁ ଓ ତାଓଲୁ କ୍ବିଆଂଶୁ ) ରୌପ୍ୟ ଏବଂ ସୋନାଲିସା ଦେହୁରୀ (୫୨ କେଜି କନିଷ୍ଠ ସାନ୍ଦା), ଅନ୍ବେଷା ପଲାଇ (୪୮ କେଜି କନିଷ୍ଠ ସାନ୍ଦା), ରିୟା ଠାକୁର (୪୮ କେଜି ବରିଷ୍ଠ ସାନ୍ଦା), ରିଙ୍କି ରାଉତରାୟ (୬୦ କେଜି ବରିଷ୍ଠ ସାନ୍ଦା), ଗାୟତ୍ରୀ ସେଠୀ (୬୫ କେଜି ବରିଷ୍ଠ ସାନ୍ଦା), ତମନ୍ନା ମିଶ୍ର (ତାଓଲୁ ଚାଙ୍ଗ୍‌କ୍ବାନ), ସୃଷ୍ଟି କଳସ (ତାଓଲୁ ନାନ୍‌କ୍ବାନ) କାଂସ୍ୟ ପଦକ ଜିତିଛନ୍ତି। ଓଡ଼ିଶା ଦଳ ସହ ପଙ୍କଜ ମହନ୍ତ, ସୁଜନ ରଥ ଓ ଯୁଧିଷ୍ଟିର ଗୁରୁହାଣ୍ଡି ପ୍ରଶିକ୍ଷକ ଏବଂ କୃଷ୍ଣ ଚନ୍ଦ୍ର ସାହୁ ଓ ସୁଶାନ୍ତ କୁମାର ନାଏକ ପ୍ରବନ୍ଧକ ଭାବେ କେରଳ ଯାଇଥିଲେ। ପ୍ରଦ୍ୟୁମ୍ନ ବେହେରା ମୁଖ୍ୟ ଜଜ୍‌ ଏବଂ ଅନୁରାଧା ଦୋରା ଜଜ୍‌ ଦାୟିତ୍ବ ତୁଲାଇଥିଲେ। ଦଳର ସଫଳତା ପା‌ଇଁ ଓଡ଼ିଶା ଉଷୁ ସଂଘର ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ, ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ ବେହେରା, ଉପସଭାପତି ଶିବାନନ୍ଦ ରାୟ ଓ ବିକାଶ ପଟ୍ଟନାୟକ ପ୍ରମୁଖ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଜାତୀୟ ବନ୍ଧୁକଚାଳନାରେ ମୋହିତଙ୍କୁ କାଂସ୍ୟ

ଭୁବନେଶ୍ବର: କେରଳରେ ଚାଲିଥିବା ୬୫ ତମ ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ଓଡ଼ିଶାର ମୋହିତ ପାଶ୍ବାନ ବଧିର ବିଭାଗରେ କାଂସ୍ୟ ପଦକ ଜିତିଛନ୍ତି। ୧୦ ମିଟର ଏୟାର ରାଇଫଲ୍‌ରେ ସେ ତୃତୀୟ ସ୍ଥାନରେ ରହିଥିଲେ। ଏହି ସଫଳତା ଲାଗି ମୋହିତଙ୍କୁ ଓଡ଼ିଶା ରାଜ୍ୟ ରାଇଫଲ ସଂଘ ଅଭିନନ୍ଦନ ଜଣାଇଛି।