ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ (୨୧ ବର୍ଷରୁ କମ୍‌)ରେ ତୃତୀୟ ସ୍ଥାନ ଦଖଲ କରି କାଂସ୍ୟ ପଦକ ଜିତିଛି। ମଙ୍ଗଳବାର ୩/୪ ସ୍ଥାନ ଲାଗି ହୋଇଥିବା ମ୍ୟାଚ୍‌ରେ ଓଡ଼ିଶା ୩-୧ ଗୋଲ୍‌ରେ ସାଇ ବାଲ୍‌କୁ ପରାସ୍ତ କରିଥିଲା। ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ବିତୀୟ କ୍ବାର୍ଟରରେ ଦୀପି ମୋନିକା ଟପ୍ପୋ (୧୮ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ଆଗୁଆ ହୋଇଥିଲା। ହେଲେ ୨୨ତମ ମିନିଟ୍‌ରେ ସାଇ ବାଲ୍‌ର ଗାୟତ୍ରୀ ଗେଦେଲା ଗୋଲ୍‌ ଦେଇ ସ୍ଥିତି ସମାନ କରିଥିଲେ। ଓଡ଼ିଶା ଅଧିନାୟିକା ମମିତା ଓରାମ (୨୪ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ପୁଣି ଅଗ୍ରଣୀ ନେଇଥିଲା। ୪୧ତମ ମିନିଟ୍‌ରେ ସୁନେଲିତା ଟପ୍ପୋଙ୍କ ଗୋଲ୍‌ରେ ଓଡ଼ିଶା ବିଜୟ ବ୍ୟବଧାନକୁ ୩-୧ କରିଥିଲା।

ତୃଣମୂଳସ୍ତରରେ ହକିର ବିକାଶ ଲାଗି ୨୨ ‌ପ୍ରଶିକ୍ଷଣ କେନ୍ଦ୍ର

Advertisment

publive-image
ଭୁବନେଶ୍ବର: ହକି ପ୍ରତି ଆଗ୍ରହ ରଖିଥିବା ଓଡ଼ିଶା ତୃଣମୂଳସ୍ତରରେ ଏହାର ବିକାଶ ଲାଗି ୨୨ ହକି ପ୍ରଶିକ୍ଷଣ କେନ୍ଦ୍ର (ଏଚ୍‌ଟିସି) ସ୍ଥାପନ କରିଛି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ମିଳିତ ସହଯୋଗରେ ଏହା ସ୍ଥାପନ କରାଯାଇଛି। ରାଜ୍ୟର ହକି ପ୍ରତିଭାଙ୍କୁ ସିନ୍ଥେଟିକ୍‌ ଟର୍ଫ୍ସରେ ଅଭ୍ୟାସ ସୁଯୋଗ ଲକ୍ଷ୍ୟ ନେଇ ଏଚ୍‌ଟିସି କରାଯାଇଛି। ସଂପ୍ରତି ୧୮ ସ୍ଥାନ ସୁନ୍ଦରଗଡ଼ର ବଣାଇ, ଟଙ୍ଗରପାଲି, ବାରଗାଁ, ବିସ୍ରା, ଲହୁଣିପଡ଼ା, ଲାଠିକଟା, ସୁବଦେଗା, ବାଲିଶଙ୍କରା-ତିଲେଇକାଣି, ବାଲିଶଙ୍କରା-ସୋନମରା, ନୂଆଗାଁ, କୁତ୍ରା, ଗୁରୁଣ୍ଡିଆ, କୁଆରମୁଣ୍ଡା, କୁକୁଡ଼ା ଏବଂ ଯାଜପୁରର ଯାଜପୁର ଟାଉନ, ସମ୍ବଲପୁରର ଜୁଜୁମୁରା ଓ ଗଞ୍ଜାମର ଛତ୍ରପୁରରେ ଏଚ୍‌ଟିସି ଚାଲୁରହିଛି। ଆଗକୁ ୪ କେନ୍ଦ୍ର ଶୀଘ୍ର ଖୋଲାଯିବ। ସଂପ୍ରତି ଚାଲିଥିବା ୧୮ କେନ୍ଦ୍ରରେ ୧୩୦୦ ପିଲା ସିନ୍ଥେଟିକ୍‌ ଟର୍ଫରେ ପ୍ରଶିକ୍ଷଣ ନେଉଛନ୍ତି। ଏହି ବିକାଶ କାର୍ଯ୍ୟକ୍ରମରେ ପ୍ରତି କେନ୍ଦ୍ରରେ ୨ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି।

ଫାଇନାଲ୍‌ରେ ପ୍ରୀତମ ସିୱାଚ ସ୍ପୋର୍ଟସ ଫାଉଣ୍ଡେସନ ୨-୦ ଗୋଲ୍‌ରେ ହାର୍‌ ହକି ଏକାଡେମୀକୁ ହରାଇ ବିଜେତା ଟ୍ରଫି କରାୟତ୍ତ କରିଥିଲା। ୫/୬ ସ୍ଥାନ ପାଇଁ ହୋଇଥିବା ମ୍ୟାଚ୍‌ରେ ସାଇ ଶକ୍ତି ୫-୨ ଗୋଲ୍‌ରେ ଖାଲ୍‌ସା ହକି ଏକାଡେମୀ ଅମୃତସରକୁ ଏବଂ ୭/୮ ମ୍ୟାଚ୍‌ରେ ଏଚ୍‌ଆଇଏମ୍‌ ଏକାଡେମୀ ୩-୨ରେ ସାଲ୍ୟୁଟ ହକି ଏକାଡେମୀକୁ ପରାସ୍ତ କରିଥିଲା।