ବ୍ରହ୍ମପୁର: ସ୍ଥାନୀୟ ମହ‌ାତ୍ମା ଗାନ୍ଧୀ ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଶାର ଭାରୋତ୍ତୋଳକ। ଦ୍ବିତୀୟ ଦିନର ତିନିଟି ବର୍ଗ ଯଥା ୪୯, ୫୫ ଓ ୫୯ କେଜିର ପ୍ରତିଯୋଗିତା ହୋଇଥିଲା। ଓଡ଼ିଶା ଖେଳାଳି ୩ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ୪ ପଦକ ଜିତିଛନ୍ତି। ଏଥିରେ ମୀନା ସାନ୍ତା ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ୩ ପଦକ ଜିତିଥିଲା ବେଳେ ସ୍ନେହା ସୋରେନ ଗୋଟିଏ ସ୍ବର୍ଣ୍ଣ ପାଇଛନ୍ତି। ୫୫ କେଜି ବରିଷ୍ଠ ବର୍ଗରେ ଓଡ଼ିଶା ୧-୨ ସଫଳତା ପାଇଛି। ସ୍ନେହା ୧୮୪ (ସ୍ନାଚ୍‌ ୭୮ ଓ କ୍ଲିନ୍‌ ଆଣ୍ଡ ଜର୍କ ୧୦୬) କେଜି ଭାରୋତ୍ତୋଳନ କରି ପ୍ରଥମ ଓ ମୀନା  ୧୭୯ (ସ୍ନାଚ୍‌ ୭୮ ଓ କ୍ଲିନ ଆଣ୍ଡ ଜର୍କ ୧୦୧) କେଜି ଦ୍ବିତୀୟ ସ୍ଥାନରେ ସ୍ବର୍ଣ୍ଣ ଓ ରୌପ୍ୟ ପାଇଥିଲେ। ମହାରାଷ୍ଟ୍ରର ନିକିତା କମଲକାର ୧୭୦ (ସ୍ନାଚ୍‌ ୭୨ ଓ କ୍ଲିନ ଆଣ୍ଡ ଜର୍କ ୯୮) କେଜି କାଂସ୍ୟ ଜିତିଥିଲେ।

Advertisment

କନିଷ୍ଠ ବର୍ଗରେ ମୀନା ୧୭୯ (ସ୍ନାଚ୍‌ ୭୮ ଓ କ୍ଲିନ ଆଣ୍ଡ ଜର୍କ ୧୦୧) କେଜି ସହ ପ୍ରଥମ, ଆସାମର ଆଇସଙ୍ଗଫା ଗୋଗେଇ ୧୭୮ (ସ୍ନାଚ୍‌ ୭୯ ଓ କ୍ଲିନ ଆଣ୍ଡ ଜର୍କରେ ୯୯) କେଜି, ମହାରାଷ୍ଟ୍ରର ନିକିତା କମଲାକାର ୧୭୦ (ସ୍ନାଚ୍‌ରେ ୭୨ ଓ କ୍ଲିନ ଆଣ୍ଡ ଜର୍କରେ ୯୮) କେଜି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଯୁବ ବର୍ଗରେ ଓଡ଼ିଶାର ମୀନା ୧୭୯ (ସ୍ନାଚ୍‌ରେ ୭୮ ଓ କ୍ଲିନ୍‌ ଆଣ୍ଡ ଜର୍କ ୧୦୧) କେଜି ପ୍ରଥମ, ଆଇସଙ୍ଗଫା ‌ଗୋଗେଇ ୧୭୮ (ସ୍ନାଚ୍‌ରେ ୭୯ ଓ କ୍ଲିନ ଆଣ୍ଡ ଜର୍କ ୯୯) କେଜି ଦ୍ବିତୀୟ ଓ ପଶ୍ଚିମବଙ୍ଗର ଅଶ୍ରୁକଣା ବିଶ୍ବାସ ମୋଟ ୧୪୫ (ସ୍ନାଚ୍‌ ୬୨ ଓ କ୍ଲିନ ଆଣ୍ଡ ଜର୍କ ୮୩) କେଜି ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଶୁକ୍ରବାର ସୁଦ୍ଧା ଓଡ଼ିାାର ପଦକ ସଂଖ୍ୟା ୬ (୪ ସ୍ବର୍ଣ୍ଣ, ୨ ରୌପ୍ୟ)ରେ ପହଞ୍ଚିଛି।