ଭୁବନେଶ୍ବର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ହକି କ୍ବାଲିଫାୟର୍ସରେ ଓଡ଼ିଶା ପୁରୁଷ ଦଳ ରୌପ୍ୟ ଜିତିଥିଲା ବେଳେ ମହିଳାଙ୍କୁ କାଂସ୍ୟ ମିଳିଛି। ଶୁକ୍ରବାର ପୁରୁଷ ଫାଇନାଲ୍ରେ ମଧ୍ୟପ୍ରଦେଶଠୁ ୬-୫ ଗୋଲ୍ରେ ଓଡ଼ିଶା ହାରିଯାଇଥିଲା। ମଧ୍ୟପ୍ରଦେଶର ଜମୀର ମହମ୍ମଦ (୩, ୬, ୨୨ ମିନିଟ୍) ତିନିଟି, ଅଲୀ ଅହମଦ (୭ ମିନିଟ୍) ଓ ମହମ୍ମଦ ଜୈଦ ଖାନ (୩୫ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଓଡ଼ିଶା ପକ୍ଷରୁ ଅନମୋଲ ଏକ୍କା (୧୫, ୫୪ ମିନିଟ୍) ଦୁଇଟି ଏବଂ ପୌଲୁସ ଲାକ୍ରା (୧୭ ମିନିଟ୍), ଦୀପକ ମିଞ୍ଜ (୨୦ ମିନିଟ୍), ଆକାଶ ସେରେଙ୍ଗ (୪୫ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ।
ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମହିଳା ମ୍ୟାଚ୍ରେ ଓଡ଼ିଶା ୨-୧ ଗୋଲ୍ରେ ଝାଡ଼ଖଣ୍ଡକୁ ମାତ୍ ଦେଇଥିଲା। ଓଡ଼ିଶା ପକ୍ଷରୁ ପୂଜା ସାହୁ (୪୦ ମିନିଟ୍) ଓ ସୁନେଲିତା ଟପ୍ପୋ (୬୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଝାଡ଼ଖଣ୍ଡର ସଞ୍ଜନା ହୋରୋ (୨୫ ମିନିଟ୍) ଗୋଟିଏ ଗୋଲ୍ କରିଥିଲେ।