ଖେଲୋ ଇଣ୍ଡିଆ ଯୁବା ହକି ଲିଗ୍‌: ନାଭାଲ ଟାଟା, ସ୍ପୋର୍ଟ୍ସ ହ‌ଷ୍ଟେଲ ବିଜୟୀ

ଭୁବନେଶ୍ବର: ଲକ୍ଷ୍ନୌରେ ଚାଲିଥିବା ଖେଲୋ ଇଣ୍ଡିଆ ୧୬ ବର୍ଷରୁ କମ୍‌ ମହିଳା (ଯୁବା) ହକି ଲିଗ୍‌ (ଫାଇନାଲ୍‌ ଫେଜ୍‌)‌ରେ ବୁଧବାର ଓଡ଼ିଶାର ଦୁଇ ଦଳ ନାଭାଲ ଟାଟା ହକି ଉଚ୍ଚ ଗୁଣବତ୍ତା କେନ୍ଦ୍ର ଏବଂ ସ୍ପୋର୍ଟ୍ସ ହଷ୍ଟେଲ ବିଜୟୀ ହୋଇଛନ୍ତି। ପୁଲ-ଏ’ରେ ସ୍ଥାନ ପାଇଥିବା ନାଭାଲ ଟାଟା ୧୨-୦ ଗୋଲ୍‌ରେ ସିଟିଜେନ୍‌ ହକି ଏକାଦଶକୁ ପରାସ୍ତ କରିଥିଲା।

ବିଜୟୀ ଦଳର ପାୟଲ ସୋନକର (୫, ୧୯ ମିନିଟ୍‌), ନେହାରିକା ଟପ୍ପୋ (୧୨, ୨୭ ମିନିଟ୍‌), ଅଧିନାୟିକା ଅନୁଷ୍କା ଭାୱରେ (୨୧, ୫୭ ମିନିଟ୍‌) ଓ ଡଲି ଭୋଇ (୪୪, ୪୬ ମିନିଟ୍‌) ଦୁଇଟି ଲେଖାଏଁ ଏବଂ ଶ୍ୟାମଳୀ ରାୟ (୧୭ ମିନିଟ୍‌), ନିର୍ମଳା ସେଁବର (୫୩ ମିନିଟ୍‌), ଶୀତଲ ଯାଦବ (୫୮ ମିନିଟ୍‌) ଓ ପ୍ରଞ୍ଜା ପଟେଲ (୬୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ପୁଲ୍‌-ବି’ରେ ଥିବା ସ୍ପୋର୍ଟ୍ସ ହଷ୍ଟେଲ ୩-୦ ଗୋଲ୍‌ରେ କ୍ରୀଡ଼ା ପ୍ରାଧିକରଣ ଗୁଜରାଟକୁ ହରାଇ ଥିଲା। ଓଡ଼ିଶା ପକ୍ଷରୁ କନିକା କେର୍କେଟ୍ଟା (୩ ମିନିଟ୍‌), ପ୍ରିୟଙ୍କା ରାଉତ (୪୧ ମିନିଟ୍‌) ଓ ଅର୍ଚ୍ଚନା ଖାଲ‌୍‌ଖୋ (୫୬ ମିନିଟ୍‌) ଗୋଟିଏ ଲେଖ‌ାଏଁ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର