ଭୁବନେଶ୍ବର: ଚେନ୍ନାଇର ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍ରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ବୁଧବାର ଦୌଡ଼କୁଦ ଇଭେଣ୍ଟରୁ ୩ ସ୍ବର୍ଣ୍ଣ ସହ ୪ ପଦକ ଜିତିଛି। ବାଳକ ୧୦୦ ମିଟର୍ ଇଭେଣ୍ଟରେ ମହମ୍ମଦ ରିୟାନ ବଶା ଦ୍ରୁତତମ ସାବ୍ୟସ୍ତ ହୋଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଶେଷ ୨୦ ମିଟରରେ ତାମିଲନାଡୁର ଗୋକୁଳ ପାଣ୍ଡିଆନଙ୍କୁ ପଛରେ ପକାଇ ବଶା ୧୦.୮୧ ସେକେଣ୍ଡ୍ ସମୟ ସହିତ ପ୍ରଥମ ସ୍ଥାନରେ ରହିଥିଲେ। ପାଣ୍ଡିଆନ୍ ୧୦.୮୯ ସେକେଣ୍ଡ୍ ସହିତ ରୌପ୍ୟ ଏବଂ ଅନ୍ୟତମ ଓଡ଼ିଶା ବାଳକ ପ୍ରତୀକ ମହାରଣା ୧୦.୯୫ ସେକେଣ୍ଡ୍ ସହିତ କାଂସ୍ୟ ପଦକ ଜିତିଛନ୍ତି। ଓଡ଼ିଶା ପାଇଁ କିନ୍ତୁ ବୁଧବାର ଓଁକାର ପ୍ରସାଦ ନନ୍ଦ ଉଭୟ ହାମରଥ୍ରୋ ଓ ସଟ୍ ପୁଟ୍ ସ୍ବର୍ଣ୍ଣ ପଦକ ଜିତି ଦ୍ବିମୁକୁଟ ଅର୍ଜନ କରିଛନ୍ତି। ଓଡ଼ିଶା ଭଳି ତାମିଲନାଡୁ ମଧ୍ୟ ବୁଧବାର ୩ ସ୍ବର୍ଣ୍ଣ ପଦକ ହାସଲ କରିଛି। ସଟ୍ ପୁଟ୍ରେ ଓଁକାର ୧୮.୪୮ ମିଟର୍ ଦୂରତାକୁ ଫିଙ୍ଗି ହରିୟାଣା ଓ କେରଳ ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ। ସେହିଭଳି ହାମର ଥ୍ରୋରେ ଓଁକାର ୬୫.୦୮ ମିଟର୍ ଦୂରତାକୁ ଫିଙ୍ଗି କର୍ଣ୍ଣାଟକ ଓ ହରିୟାଣା ପ୍ରତିଯୋଗୀଙ୍କୁ ପଛରେ ରଖି ଶୀର୍ଷ ସ୍ଥାନ ଦଖଲ କରି ନେଇଥିଲେ।
ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା: ବଶା-ନନ୍ଦଙ୍କୁ ୩ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2024/01/dgjgdjggjggjgjgj.jpg)