ଭୋପାଳ: ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ପଞ୍ଚମ ସଂସ୍କରଣ ସୋମବାର ମଧ୍ୟପ୍ରଦେଶରେ ଉଦ୍ଘାଟିତ ହୋଇଯାଇଛି। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏବଂ ମଧ୍ୟପ୍ରଦେଶର କ୍ରୀଡ଼ାମନ୍ତ୍ରୀ ଯଶୋଧରା ରାଜେ ସିନ୍ଧିଆଙ୍କ ସହ ଅନ୍ୟ ଅତିଥିମାନେ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ୨୭ କ୍ରୀଡ଼ା ଶୃଙ୍ଖଳରେ ସାରା ଦେଶରୁ ୬୦୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି। ୩୦୩ ଅନ୍ତର୍ଜତୀୟ ଓ ୧୦୮୯ ଜାତୀୟ ଅଫିସିଆଲ୍ ସହ ୨୦୦୦ ସ୍ବେଚ୍ଛାସେବୀ ପ୍ରତିଯୋଗିତା ପରିଚାଳନା କରୁଛନ୍ତି।
ରାଜ୍ୟର ୮ ସହର ଭୋପାଳ, ଇନ୍ଦୋର, ଉଜୟିନ, ଗ୍ବାଲିୟର, ଜବଲପୁର, ମଣ୍ଡାଲା, ବାଲାଘାଟ, ଖାରଗୋନ୍ର ୨୩ଟି ଭେନ୍ୟୁରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। କେବଳ ସାଇକେଲିଂ ଦିଲୀରେ ଖେଳାଯିବ। ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତାରେ କାୟାକିଂ, କାନୋଇଂ, କାନୋଇ ସ୍ଲାଲୋମ ଓ ଅସୀଚାଳନା ସାମିଲ ହୋଇଛି। ପ୍ରଥମ ଦିନରେ ଓଡ଼ିଶାକୁ ସଫଳତା ମିଳିଛି। ଓଡ଼ିଶା ପୁରୁଷ ଖୋଖୋ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଜବଲପୁର ରାଣୀତାଲ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ୩୬-୨୨ (୧୮-୮, ୧୮-୧୪)ରେ ଛତିଶଗଡ଼କୁ ପରାସ୍ତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/654s654fh654hf65hsf.jpg)