ଖେଲୋ ଇଣ୍ତିଆ: ଓଡ଼ିଶା ବାଳକ ହକି ଦଳର ଦ୍ବିତୀୟ ବିଜୟ

ସଂଜୀବଙ୍କ ହ୍ୟାଟ୍ରିକ୍‌; ୨୧ ବର୍ଷରୁ କମ୍‌ ଦଳର ବିଜୟ ଅଭିଯାନ

କଟକ,: ମୁମ୍ବାଇରେ ଚାଲିଥିବା ଖେଲୋ ଇଣ୍ତିଆର ହକିରେ ଓଡ଼ିଶା ୧୭ ବର୍ଷରୁ କମ୍‌ ଦଳ ଦ୍ବିତୀୟ ବିଜୟ ପାଇଛି। ସୋମବାର ପୁଲ୍‌-ଏର ପ୍ରଥମ ମ୍ୟାଚ୍‌ରେ ଉତ୍ତରପ୍ରଦେଶକୁ ୩-୧ ଗୋଲ୍‌ରେ ପରାସ୍ତ କରିଥିବା ଓଡ଼ିଶା ଦଳ ମଙ୍ଗଳବାର ୭-୦ ଗୋଲ୍‌ରେ ଆୟୋଜକ ମହାରାଷ୍ଟ୍ରକୁ ହରାଇଛି। ସୁଦୀପ କିର୍ମାକୋ ୪ (୫, ୩୮, ୫୦, ୫୩ ମିନିଟ୍‌) ଗୋଲ୍‌ ଦେଇଥିଲା ବେଳେ ସୁନୀଲ ଜୋଜୋ (୧୪ ମିନିଟ୍‌), ଅଧିନାୟକ ସୁନିତ ଲାକ୍ରା (୧୯ ମିନିଟ୍‌) ଓ ପ୍ରଶାନ୍ତ ଲାକ୍ରା (୫୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ।

ଅନ୍ୟପକ୍ଷରେ ଆନ୍ତର୍ଜାତିକ ତାରକା ସ˚ଜୀବ ନୀଲମ ଖେସ୍‌ଙ୍କ ହ୍ୟାଟ୍ରିକ୍‌ ବଳରେ ୨୧ ବର୍ଷରୁ କମ୍‌ ଓଡ଼ିଶା ଦଳ ମଙ୍ଗଳବାରଠୁ ବିଜୟ ଅଭିଯାନ ଆରମ୍ଭ କରିଛି। ନିଜର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୬-୩ ଗୋଲ୍‌ରେ ଆୟୋଜକ ମହାରାଷ୍ଟ୍ରକୁ ହରାଇଛି। ସ˚ଜୀବ ନୀଲମ ଖେସ୍‌ (୧୮, ୨୯ ଓ ୪୯ ମିନିଟ୍‌) ଲାଗ ଲାଗ ତିନିଟି ଗୋଲ୍‌ ଦେଇଥିଲା ବେଳେ ଅମିତ କିର୍ମାକୋ (୧୨ ମିନିଟ୍‌), କ୍ରିଷ୍ଣା ତିର୍କି ଓ ଆଶିଷ ଟପ୍ପୋ (୪୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଓଡ଼ିଶାକୁ ସହଜ ବିଜୟ ଭେଟି ଦେଇଥିଲେ। ମହାରାଷ୍ଟ ପାଇଁ ରୋହନ ପାଟିଲ (୨୫ ମିନିଟ୍‌), ମହ୍ଲାରି ଚଭନ (୫୨ ମିନିଟ୍‌) ଓ ହାରିସ୍‌ ସିଙ୍ଗ୍‌ଦି (୫୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଶୁଝି ଦେଇଥିଲେ।

 

ସମ୍ବନ୍ଧିତ ଖବର