କ୍ଷେତ୍ରପାଳ କ୍ଲବ୍‌ ବିଜେତା

ରାଜ୍ୟସ୍ତରୀୟ ନଳିନୀକାନ୍ତ ମହାନ୍ତି ଚ୍ୟାଲେଞ୍ଜ କ୍ରିକେଟ୍‌

ରାଜନଗର: ଦାଣ୍ଡିସାହିଠାରେ ରାଜ୍ୟସ୍ତରୀୟ ନଳିନୀକାନ୍ତ ମହାନ୍ତି ଚ୍ୟାଲେଂଜ କ୍ରିକେଟ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ରବିବାର ଫାଇନାଲ ମ୍ୟାଚ୍‌ରେ ଜଗତପୁରର ନିମପୁର ସ୍ପୋର୍ଟିଂକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରି ଭୁବନେଶ୍ୱରର କ୍ଷେତ୍ରପାଳ କ୍ରିକେଟ୍‌ କ୍ଲବ୍‌ ବିଜେତା ହୋଇଛି। ନିମପୁର ସ୍ପୋର୍ଟିଂ ନିର୍ଧାରିତ ୨୫ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୭୦ ରନ୍‌ କରିଥିଲା। ଲୈଲା ଧର ୫୨ ବଲ୍‌ରୁ ୧୦ ଚୌକା ଓ ଗୋଟିଏ ଛକା ସହାୟତାରେ ୭୦ ଓ ବିକ୍ରମ ସାମଲ ୨୪ ବଲ୍‌ରୁ ୫ ଚୌକା ସହାୟତାରେ ୩୧ ରନ୍‌ କରିଥିଲେ । ବିପକ୍ଷ ଦଳ ପକ୍ଷରୁ ଶେଖର ଦାସ ୪ ଓ ଦେବାଶିଷ ଭଟ୍ଟ ୨ ଓ୍ଵିକେଟ୍‌ ନେଇଥିଲେ । ଜବାବରେ କ୍ଷେତ୍ରପାଳ କ୍ରିକେଟ କ୍ଲବ୍‌ ୨୪.୧ ଓଭରରେ ୪ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଦେବାଶିଷ ଭଟ୍ଟ ୪୨ ବଲ୍‌ରୁ ୪ ଚୌକା ଓ ୨ ଛକା ସହାୟତାରେ ୪୫ ଏବଂ ବିଶ୍ୱଭୂଷଣ ତିହାରୀ ୧୮ ବଲ୍‌ରୁ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୨୭ ରନ୍‌ କରିଥିଲେ। ବିପକ୍ଷ ଦଳର ବିଶ୍ୱଜିତ ସାମଲ ଓ ମନୋରଂଜନ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ । ବିଜେତା ଦଳର ଦେବାଶିଷ ଭଟ୍ଟଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ, ଶୁଭକାନ୍ତ ପ୍ରଧାନଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା ବେଳେ ବିଶ୍ୱଭୂଷଣ ତିହାରୀ ଶ୍ରେଷ୍ଠ ବୋଲର୍‌ ଓ ରଂଜନ ଜେନା ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ୍‌ ଭାବେ ପୁରସ୍କୃତ ହୋଇଥିଲେ।

ସମ୍ବନ୍ଧିତ ଖବର