ଭୁବନେଶ୍ୱର: ଜାପାନୀ ସାମରିକ କଳାର ଖେଳ କାନିନ୍ଜୁକୁ ଜାପାନ କରାଟେରେ ଓଡ଼ିଶାର ବିସ୍ମୟ ବାଳକ ମହମ୍ମଦ ଖୀଜର୍ ଖାନ୍ ପୂର୍ବ ଭାରତର ସର୍ବକନିଷ୍ଠ ବ୍ଲାକ୍ବେଲ୍ଟ ଉପାଧୀ ପାଇବାର ଗୌରବ ଅର୍ଜନ କରିଛନ୍ତି। ଗୁଜରାଟର ନାରଗୋଲ୍ସ୍ଥିତ ନଭସନ୍ଜାନ୍ ବିଦ୍ୟାଳୟରେ ଅନୁଷ୍ଠିତ ଜାତୀୟ କାନିନ୍ଜୁକୁ ଶୀତକାଳୀନ କରାଟେ ପ୍ରଶିକ୍ଷଣ ଶିବିର ଅବସରରେ ଏହି ଅନ୍ତର୍ଜାତୀୟ ବ୍ଲାକ୍ବେଲ୍ଟ ପରୀକ୍ଷା ଆୟୋଜନ କରାଯାଇଥିଲା। ୯ ବର୍ଷୀୟ ବକ୍ସି ବଜାର ବାଳକ ସଫଳତାର ସହ ଉତ୍ତୀର୍ଣ୍ଣ କରି ନୂଆ ଇତିହାସ ସଂଯୋଗ କରିଛନ୍ତି। କଟକର ଷ୍ଟୁଆର୍ଟ ସ୍କୁଲ୍ ତୃତୀୟ ଷ୍ଟାଣ୍ଡାର୍ଡ ଛାତ୍ର ଖୀଜର୍ ୟୁନିଅନ୍ କ୍ଲବ (ମିଶନ୍ ରୋଡ୍)ରେ ଓଡ଼ିଶା କାନିନଜୁକୁ ଭରାଟେ ସ୍କୁଲ୍ର ମୁଖ୍ୟ ପ୍ରଶିକ୍ଷକ ସେନସେଇ ଅରବିନ୍ଦ ବାରିକଙ୍କଠାରୁ ଶିକ୍ଷା ଲାଭ କରି ଆଗକୁ ବଢ଼ିଛନ୍ତି। ମାତ୍ର ୪ ବର୍ଷର ସାଧନା ଭିତରେ ଖୀଜର ଏଭଳି ଗୌରବ ଅର୍ଜନ କରିଥିବାରୁ ଶ୍ରୀ ବାରିକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କାନିନ୍ଜୁକୁର ଜାତୀୟ ମୁଖ୍ୟ ପ୍ରଶିକ୍ଷକ ପରିମଜିତ୍ ସିଂହ ଏବଂ ଓଡ଼ିଶା କରାଟେ ସଂଘର ସମ୍ପାଦକ ଡକ୍ଟର ହରି ପ୍ରସାଦ ପଟ୍ଟନାୟକଙ୍କୁ ଶ୍ରୀ ବାରିକ ମଧ୍ୟ ଶ୍ରେୟ ଦେଇଛନ୍ତି।
ଖୀଜର୍ଙ୍କୁ ସର୍ବକନିଷ୍ଠ କାନିନ୍ଜୁକୁ ବ୍ଲାକ୍ବେଲ୍ଟ ଗୌରବ
/sambad/media/post_attachments/wp-content/uploads/2018/01/12-Khan-Karate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)