ଖୋଖୋ ଖେଳାଳିଙ୍କୁ ସମ୍ବର୍ଧନା

କଟକ: ଓଡିଶା ଖୋଖୋ ଆସୋସିଏସନ ପକ୍ଷରୁ ୫ଜଣ ଆନ୍ତର୍ଜାତୀୟ ଖୋଖୋ ଖେଳାଳିଙ୍କ ସହ ଓଡିଶା ମହିଳା ଓ ପୁରୁଷ ଦଳକୁ ରବିବାର ସମ୍ବର୍ଧିତ କରାଯାଇଛି। ପ୍ରଥମଥର ପାଇଁ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ପଶ୍ଚିମବଙ୍ଗକୁ ହରାଇ ଓଡିଶା ମହିଳା ଦଳ ବିଜେତା ଏବ˚ ପୁରୁଷ ଦଳ ପଶ୍ଚିମବଙ୍ଗ ଠାରୁ ହାରି ଉପ ବିଜେତା ହୋଇଥିଲେ। ଏମାନଙ୍କ ସହିତ ଆନ୍ତର୍ଜାତୀୟ ମହିଳା ଖଳାଳି ମନ୍ଦାକିନୀ ମାଝୀ, ସସ୍ମିତା ନାଥଶର୍ମା ଓ ପୁରୁଷ ଖେଳାଳି ଜଗନ୍ନାଥ ମୁର୍ମୁ, ଭରତ ପ୍ରଧାନ, ଅଜୟ ମାନ୍ଦ୍ରାଙ୍କୁ ସ˚ଘ ସଭାପତି ନାରାୟଣ ପାତ୍ର ସମ୍ବର୍ଧିତ କରିଥିଲେ। ଉପସଭାପତି ତୁଷାରକାନ୍ତି ଘୋଷ, ନଳିନୀ କୁମାର ଦାଶ, କ୍ଷିତୀଶ କୁମାର ସାମନ୍ତରାୟ, ସହ ସମ୍ପାଦକ ଋଷିନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର