ପୁରସ୍କାର ପାଇଁ ପ୍ରଶଂସକଙ୍କୁ ଧନ୍ୟବାଦ ଦେଲେ କୋହଲି

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ ପୁରସ୍କାର ପାଇଥିବାରୁ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିଜର ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୭ ମସିହାରେ ଭାରତରେ ବିରାଟ କୋହଲିଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ସର୍ବାଧିକ ବ୍ୟସ୍ତ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ବିଳମ୍ବରେ ହେଲେ ବି କୋହଲି ଇନଷ୍ଟାଗ୍ରାମକୁ ପ୍ରଥମେ ଧନ୍ୟବାଦ ଜଣାଇଥିଲେ। ପ୍ରଶଂସକଙ୍କ ଅକୁଣ୍ଠ ଭଲ ପାଇବା ପାଇଁ ମୁଁ ଧନ୍ୟବାଦ ଜଣାଉଛି। ଆପଣଙ୍କ ଭଲ ପାଇବା ମୋତେ ଠିକଣା କାମ କରିବାକୁ ଉତ୍ସାହିତ କରିଛି ଏବଂ ଆଜି ପର୍ଯ୍ୟନ୍ତ ଯାହା କିଛି ଅର୍ଜନ କରିଛି ତାହାର ଶ୍ରେୟ ଆପଣଙ୍କୁ ମିଳିବ ବୋଲି କୋହଲି ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, କୋହଲି ଏବେ ଆଇପିଏଲ୍‌-୧୧ ପାଇଁ ପ୍ରସ୍ତୁତ ହେଉଛନ୍ତି। କେବେ ବି ମୁକୁଟ ଜିତିନଥିବା ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଦଳର ନେତୃତ୍ୱ ତାଙ୍କ ଉପରେ ରହିଛି।

ସମ୍ବନ୍ଧିତ ଖବର