ଭୁବନେଶ୍ବର: ଘାଟିକିଆସ୍ଥିତ ଏପିଜେ ସ୍କୁଲ୍ଠାରେ ଖୋର୍ଦ୍ଧା ଜିଲ୍ଲା ବରିଷ୍ଠ ଓପନ୍ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଇଏମ୍ ସମ୍ବିତ ପଣ୍ଡା ୭ରୁ ପୂରା ୭ ପଏଣ୍ଟ ପାଇ ବିଜେତା ହୋଇଥିଲା ବେଳେ ଏଫ୍ଏମ୍ ସୌମ୍ୟରଞ୍ଜନ ମିଶ୍ର (୬), ମନୀଷ କୁମାର (୬) ଓ ଓମ୍ ଆଦିତ୍ୟ ଖାଡ଼ଙ୍ଗା (୬) ଯଥାକ୍ରମେ ଦ୍ବିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏମାନଙ୍କୁ ଯଥାକ୍ରମେ ୮,୦୦୦, ୫,୦୦୦, ୩୫୦୦ ଓ ୨୫୦୦ ଟଙ୍କାର ଆର୍ଥିକ ପୁରସ୍କାର ମିଳିଛି। ସମସ୍ତେ ମଧ୍ୟ ରାଜ୍ୟ ଓପନ୍ ବରିଷ୍ଠ ଚେସ୍ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।
୫ବର୍ଷରୁ କମ୍ରେ ପ୍ରତ୍ୟୁଷ କୁମାର, ୬ବର୍ଷରୁ କମ୍ରେ ଆଦିତ୍ୟ ଯୁବନ ସାହୁ, ୭ବର୍ଷରୁ କମ୍ରେ କୀର୍ତ୍ତିସ୍ କୁମାର ସାହୁ, ୮ବର୍ଷରୁ କମ୍ରେ ରୁଦ୍ରପ୍ରତାପ ସାହୁ, ୯ବର୍ଷରୁ କମ୍ରେ ବୈଭବ ସନାଲ, ୧୦ବର୍ଷରୁ କମ୍ରେ ସଚେତନ ପରିଡ଼ା, ୧୧ବର୍ଷରୁ କମ୍ରେ ଶ୍ରୀହାନ ପଣ୍ଡା, ୧୩ବର୍ଷରୁ କମ୍ରେ ସାଇଶ୍ରୀତି ମହାପାତ୍ର ବିଜେତା ହୋଇଥିଲେ। ବାଳିକାରେ ଏଲିନା ମିଶ୍ର, ଆଦିଶ୍ରୀ ବଡ଼େକ, ଆଦ୍ୟା ପଟ୍ଟନାୟକ, ସମୃଦ୍ଧି ମହାନ୍ତି, ଆପ୍ୟା ମହାନ୍ତି, ଶ୍ରେୟାନ୍ଭୀ ପାଢ଼ୀ, ଶ୍ରୀୟାଦିତା ପଟ୍ଟନାୟକ ପ୍ରମୁଖ ବିଭିନ୍ନ ବୟସ ବର୍ଗରେ ବିଜେତା ହେବାର ଗୌରବ ଅର୍ଜନ କରିଥିଲେ। ସାଧ୍ବୀପ୍ରତିଭା ମିଶ୍ର ମୁଖ୍ୟଅତିଥି, ଏଓସିଏ ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି, ଓଡ଼ିଶା ଗେଟ୍ବଲ୍ ସଂଘ ସଂପାଦକ ମହମ୍ମଦ ଆଜମ ମୁଖ୍ୟବକ୍ତା, ଓଡ଼ିଶା ମଡର୍ଣ୍ଣ ପେଣ୍ଟାଥଲନ୍ ସଂପାଦକ ଶକ୍ତିରଂଜନ ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ଚେସ୍ ସଂଘ ସଭାପତି ଶୁଭାଶିଷ ପଟ୍ଟନାୟକ, ସଦସ୍ୟ ସ୍ବୟାଂଶୁ ସତ୍ୟକାମ, ସୁଶାନ୍ତ ଷଡ଼ଙ୍ଗୀ ଓ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/12/dgdggdvccv-2025-08-12-01-04-48.jpg)