ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଶକ୍ତିଉତ୍ତୋଳନ ସଂଘ ଓ ଉତ୍କଳ କରାଟେ ସଂଘ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଶୁକ୍ରବାରଠୁ ଆରମ୍ଭ ହୋଇଛି। ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ଠାରେ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ପ୍ରତିଯୋଗିତାର ପ୍ରଥମ ଦିନରେ କେବଳ ପୁରୁଷ ଖେଳାଳି ଭାଗ ନେଇଥିଲେ। ଆସନ୍ତାକାଲି ମହିଳାଙ୍କର ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉଭୟ ପୁରୁଷ ଓ ମହିଳାର ବିଭିନ୍ନ ବୟସ ବର୍ଗ (ଉପକନିଷ୍ଠ, କନିଷ୍ଠ, ବରିଷ୍ଠ, ମାଷ୍ଟର-୧, ମାଷ୍ଟର-୨)ରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଜିମ୍, କ୍ଲବ୍ର ୧୦୦ରୁ ଊର୍ଧ୍ବ ଶକ୍ତିଉତ୍ତୋଳକ ଭାଗ ନେଉଛନ୍ତି। ବରିଷ୍ଠ ପୁରୁଷ ବର୍ଗରେ ରାମ ଚନ୍ଦ୍ର ସାହୁ (୫୯ କେଜି), ସୂର୍ଯ୍ୟକାନ୍ତ ବେହେରା (୬୬ କେଜି) ଏବଂ କନିଷ୍ଠ ବର୍ଗରେ ରଜନୀ ବିଶି (୫୩ କେଜି), ବିଭୂତି ଭୂଷଣ ସାହୁ (୫୯ କେଜି), ରାଜୀବ ଲୋଚନ ପ୍ରଧାନ (୬୬ କେଜି) ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ବରିଷ୍ଠ ବର୍ଗ ୫୯ କେଜିରେ ମୁକେଶ କୁମାର ଦାଶ ଓ ଲାଲ ସବିର ଏବଂ ୬୬ କେଜିରେ ମନୋଜ କୁମାର ଗୌଡ଼, ଏମ୍ଡି ବାସିର ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ସେହିପରି କନିଷ୍ଠ ବର୍ଗ ୫୯ କେଜିରେ ଅଜୟ କୁମାର ସ୍ବାଇଁ ରୌପ୍ୟ ଜିତିଥିଲେ। ପ୍ରତିଯୋଗିତାକୁ ରାଜ୍ୟ ଶକ୍ତିଉତ୍ତୋଳନ ସଂଘର ସମ୍ପାଦକ ଚିତ୍ତରଂଜନ ସ୍ବାଇଁ, ଚନ୍ଦ୍ରଶେଖର ସାହୁ, ଚିତ୍ତରଂଜନ ମିଶ୍ର, ରାକେଶ ଶତପଥୀ, ରାନୁ ମହାନ୍ତି, ସମରେନ୍ଦ୍ର ରାଉତ, ଶକ୍ତିରଂଜନ ବାରିକ, ପ୍ରଦୀପ ପାତ୍ର, ଖୋର୍ଦ୍ଧା ଜିଲ୍ଲା ସଂଘର ସଭାପତି ରାଜେଶ କୁମାର ପରିଡ଼ା, ଅନୁପମା ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।