ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ୧୩ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାରେ ସତ୍ୟସ୍ବରୂପ ତ୍ରିପାଠୀ ଓ ନୈନିକା ସାହୁ ବିଜେତା ଆଖ୍ୟା‌ ଅର୍ଜନ କରିଛନ୍ତି। ଉଭୟ ୫.୫ ପଏଣ୍ଟ୍ ଲେଖାଏଁ ଅର୍ଜନ କରିଥିଲେ। ଏପିଜେ ସ୍କୁଲ୍ ଅଧ୍ୟକ୍ଷ ଅତନୁ ରଥ ମୁଖ୍ୟ ଅତିଥି, ଅଲ୍‌ଓଡ଼ିଶା ଚେସ୍ (ଏଓସିଏ) ସଂଘ ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଏଓସିଏ ଯୁଗ୍ମ ସଂପାଦକ ଭବେଶ ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ଚେସ୍ ସଂଘ ସଂପାଦକ ଶୁଭାଶିଷ ପଟ୍ଟନାୟକ, ସ୍ବୟାଂଶୁ ସତ୍ୟକାମ, କେଡିସିଏ ସଦସ୍ୟ ସୁଶାନ୍ତ ଷଡ଼ଙ୍ଗୀ, ଚନ୍ଦ୍ରଶେଖର ମିଶ୍ର, ସର୍ବେଶ୍ବର ସାହୁ, କୃଷ୍ଣଚନ୍ଦ୍ର ମହାପାତ୍ର, କୃଷ୍ଣ ବିଶୋଇ ଓ ପୂର୍ଣ୍ଣ ମହାଳିକ ଉପସ୍ଥିତ ଥିଲେ।