ନୂଆଦିଲ୍ଲୀ: କିଂବଦନ୍ତି ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ବାମୀ, ଇଂଲଣ୍ଡ ମହିଳା ଦଳର ଅଧିନାୟକ ହିଦର ନାଇଟ୍ ଏବଂ ୨୦୧୯ ଦିନିକିଆ ବିଶ୍ବକପ୍ ବିଜେତା ଅଧିନାୟକ ଇଅନ ମୋର୍ଗାନ ସୋମବାର ଏମ୍ସିସି ବିଶ୍ବ କ୍ରିକେଟ୍ କମିଟି (ଡବ୍ଲୁସିସି)ରେ ସାମିଲ ହୋଇଛନ୍ତି ବୋଲି ମେରିଲବୋନ କ୍ରିକେଟ୍ କ୍ଲବ୍ କହିଛି। ଲର୍ଡସ ବୈଠକରେ ଏହି ତିନି ଜଣ କମିଟିରେ ଯୋଗ ଦେବେ। ଏହି କମିଟି ଏକ ସ୍ବାଧୀନ ସଂସ୍ଥା। ଏଥିରେ ବିଭିନ୍ନ ଦେଶର ଏବର ଓ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍, ଅମ୍ପାୟାର ଓ ଅଧିକାରୀମାନେ ରହିଛନ୍ତି। ଦ୍ରୁତ ବୋଲର ଗୋସ୍ବାମୀ ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ। ଲର୍ଡସରେ ସେ ଇଂଲଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ଦୁଇ ଦଶନ୍ଧିର କ୍ରିକେଟ୍ ଜୀବନରେ ସେ ୨୭୨ ଦିନିକିଆ ଖେଳି ୩୦୦ରୁ ଊର୍ଦ୍ଧ୍ବ ୱିକେଟ୍ ଏବଂ ୧୨ ଟେଷ୍ଟରୁ ୪୪ ୱିକେଟ୍ ଅକ୍ତିଆର କରିଛନ୍ତି। ଝୁଲଣ ଚଳିତ ବର୍ଷ ଏପ୍ରିଲରେ ଏମ୍ସିସିର ଆଜୀବନ ସଦସ୍ୟା ହୋଇଥିଲେ। ଦ୍ବିତୀୟ ଆସେସ ଟେଷ୍ଟ ପୂର୍ବରୁ ସୋମବାର ଓ ମଙ୍ଗଳବାର ଡବ୍ଲୁସିସିର ବୈଠକ ଲର୍ଡସରେ ଅନୁଷ୍ଠିତ ହେବ।
ଏମ୍ସିସି ବିଶ୍ବ କ୍ରିକେଟ୍ କମିଟିରେ ଝୁଲଣ
/sambad/media/post_attachments/wp-content/uploads/2023/06/65465gd4jjg65d45gj6jgd.jpg)
/sambad/media/agency_attachments/2024-07-24t043029592z-sambad-original.webp)