ଖୋର୍ଧା ଜିଲ୍ଲା ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ବର: ଖୋର୍ଧା ଜିଲ୍ଲାସ୍ତରୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାର ୧୭ତମ ସଂସ୍କରଣ ପୁରୁଣା ଭୁବନେଶ୍ବରସ୍ଥିତ ବଉଳଗଡ ପୌର ଜିମ୍ନାସିୟମ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୪୦ ଜଣ ଭାଗ ନେଇଥିବାବେଳେ କୃତି ପ୍ରତିଯୋଗିଙ୍କୁ ‘ମିଷ୍ଟର୍‌ ଓଡ଼ିଶା’ ଲାଗି ମନୋନୀତ କରାଯାଇଥିଲା। ଅମ୍ଲାନ ଜ୍ୟୋତି ମହାନ୍ତି, ଜିତୁନ ମହାପାତ୍ର, ସନ୍ଦୀପ ରାଉତ, ସାନୁ ପଟ୍ଟନାୟକ, ସମ୍ବିତ ନନ୍ଦ, ଜିତୁନ କୁମାର ଦାସ, ସୁରଜ କୁମାର ବେହେରା, ବାଦଲ କୁମାର ବେହେରା, ଦୀପକ ଦାସ, ପ୍ରକାଶ ପ୍ରଧାନ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇ ଆଗାମି ୧୭ ଓ ୧୮ ତାରିଖରେ ଭଞ୍ଜ କଳାମଣ୍ଡପଠାରେ ହେବାକୁ ଥିବା ମିଷ୍ଟର୍‌ ଓଡ଼ିଶାରେ ଖୋର୍ଧା ଜିଲ୍ଲାର ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶା ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ଉପ ସଭାପତି ବିଜୟ କୁମାର ଦାସ, ଭୁବନେଶ୍ବର ଜିଲ୍ଲା ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାପତି କବିରାଜ ସ୍ବାଇଁଙ୍କ ସହିତ ବିନୋଦ ମହାରଣା, ଭବାନୀ ଶଙ୍କର ସାହୁ, ମେହନ୍ତ ପଣ୍ଡା, ଜିତେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର