ଖୋର୍ଧା ଜିଲ୍ଲା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଥିଲା। ଖୋର୍ଧା ଜିଲ୍ଲା ସୌଖୀନ ସୁନ୍ଦର ସ୍ୱାସ୍ଥ୍ୟ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ବ୍ୟାୟାମଶାଳା ଓ କ୍ଲବ୍‌ରୁ ୩୫ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ (ରାଇମନ ନାୟକ, ସଞ୍ଜୀପ ରାଉତ, ଅଭିଷେକ କର, ଶିଶିର କୁମାର ବିଶ୍ୱାଳ ଓ ଅକ୍ଷୟ କୁମାର ନାୟକ) ଆସନ୍ତା ୧୧ ଓ ୧୨ ତାରିଖରେ ବ୍ରହ୍ମପୁରରେ ଆୟୋଜିତ ରାଜ୍ୟ ପ୍ରତିଯୋଗିତା ‘‘ମିଷ୍ଟର ଓଡ଼ିଶା’’ରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ପ୍ରଫୁଲ୍ଲ ଚନ୍ଦ୍ର ଗୁରୁ, ସୁରେନ୍ଦ୍ର ନାଥ ଗୌଡ଼, ଭବାନୀ ଶଙ୍କର ସାହୁ ବିଚାରକ ଦାୟିତ୍ୱ ତୁଲାଇଥିଲା ବେଳେ ବିନୋଦ ମହାରଣା, ବିବେକାନନ୍ଦ ବାରିକ ଷ୍ଟେଜ୍‌ ମାର୍ସାଲ ରହିଥିଲେ। ରାଜ୍ୟ ସଂଘର ସଭାପତି ଇଂ ଚିତ୍ତରଞ୍ଜନ ସ୍ୱାଇଁ, ସାଧାରଣ ସଂପାଦକ ପ୍ରସନ୍ନ କୁମାର ମହାସୁଆର, ମୁଖ୍ୟ ଉପଦେଷ୍ଟା ଡ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସଂଘର କାର୍ଯ୍ୟନିର୍ବାହୀ ଉପସଭାପତି ବାବୁଲି ସ୍ୱାଇଁ, ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ଜେନା, ଦିବାକର ପ୍ରହରାଜ, ଆଶିଷ କୁମାର ରାଉତ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର