ଭୁବନେଶ୍ବର : ଦୁଇ ଦିନିଆ ଖୋର୍ଦ୍ଧା ଜିଲ୍ଲା ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଶବିବାରଠୁ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଆରମ୍ଭ ହୋଇଛି। ବିଭିନ୍ନ ଜିମ୍‌ ଓ କ୍ଲବ୍‌ରୁ ମୋଟ ୧୪୦ (୧୧୦ ପୁରୁଷ ଓ ୩୦ ମହିଳା) ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲା ଶକ୍ତିଉତ୍ତୋଳନ ସଂଘର ସଂପାଦକ ସମରେନ୍ଦ୍ର ରାଉତରାୟ, କୋଷାଧ୍ୟକ୍ଷ ପ୍ରଦୀପ ପାତ୍ର, ଶକ୍ତିରଞ୍ଜନ ବାରିକ, ଚିତ୍ତରଞ୍ଜନ ମିଶ୍ର, କୃଷ୍ଣଚନ୍ଦ୍ର ସାହୁ, ଅନୁପମା ସ୍ବାଇଁ, ଦେବାଶିଷ ମହାନ୍ତି, ଜାଭେଦ ଅର୍‌ସଦ୍‌, ତନୟା ପଣ୍ଡା, ରାକେଶ ଶତପଥୀ, ସ୍ବାଗତିକା ଖତେଇ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଛନ୍ତି। ଜିଲ୍ଲା ସଂଘର ସଭାପତି ରାଜେଶ କୁମାର ପରିଡ଼ା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ପ୍ରଥମ ଦିବସର ସ୍ବର୍ଣ୍ଣ ବିଜେତା: ଚନ୍ଦନ କୁମାର ବିଶ୍ବାଳ (୨ଟି), ସଂକେତ ମହାପାତ୍ର (୨ଟି), ଇର୍ଫାନ ମହମ୍ମଦ, ବାଦଲ ବଳିୟାରସିଂହ, ପିଙ୍କୁ ପରୁଆ, ଦୀପକ କୁମାର ସାହୁ, ପି ଶ୍ରୀନିବାସ।