ଖୋର୍ଦ୍ଧା ଜିଲ୍ଲା ଶକ୍ତି ଉତ୍ତୋଳନ ଉଦ୍‌ଯାପିତ

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଦୁଇ ଦିନିଆ ଖୋର୍ଦ୍ଧା ଜିଲ୍ଲା ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଭିନ୍ନ ବର୍ଗରେ ୧୩୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରଦୀପ ପାତ୍ର, ଶକ୍ତି ରଞ୍ଜନ ବାରିକ, ଅନୁପମା ସ୍ବାଇଁ, ରାନୁ ମହାନ୍ତି, କୃଷ୍ଣ ଚନ୍ଦ୍ର ସାହୁ, ଚନ୍ଦ୍ରଶେଖର ସାହୁ, ଚିତ୍ତରଞ୍ଜନ ମିଶ୍ର ଓ ସମରେନ୍ଦ୍ର ରାଉତରାୟ ପ୍ରମୁଖ ବିଚାରକ ଓ ରେଫରି ଦାୟିତ୍ବ ତୁଲାଇଥିଲେ। ଓଡ଼ିଶା ରାଜ୍ୟ ଶକ୍ତିଉତ୍ତୋଳନ ସଂଘର ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ଏବଂ ଉପଦେଷ୍ଟା ଚିତ୍ତରଞ୍ଜନ ସ୍ବାଇଁ ତତ୍ତ୍ବାବଧାନରେ ପ୍ରତିଯୋଗିତା ଶେଷ ହୋଇଥିଲା। ମନ୍ମଥ ମିଶ୍ର, ସନ୍ଦୀପ ଦାସ, ସୁରେନ୍ଦ୍ର ନାଥ ଗୌଡ଼, ରାକେଶ ଶତପଥୀ, ଲଳିତ ସାହୁ, କୃଷ୍ଣ ଚନ୍ଦ୍ର ନାୟକ, ମହେଶ ଦୋରା, ରଜନୀ ବିଶି, ଭଗବାନ ରେଡ୍ଡୀ, ଅଜୟ ଜେନା, ବିଶ୍ବଜିତ ଜେନା, ମିଲନ ପାଟ୍ଟଶାଣୀ ପ୍ରମୁଖ ସହଯୋଗ କରିଥିଲେ। ବିଭିନ୍ନବର୍ଗରେ ଦେବାଶିଷ ମହାନ୍ତ, ସନାତନ ମଲ୍ଲିକ, ହିମାଂଶୁ ଶେଖର ବାରିକ, ଶିଶିର ଭଟ୍ଟମିଶ୍ର, ସମ୍ବିତ କୁମାର ନାୟକ, ରାହୁଲ ପାତ୍ର, ଆଦର୍ଶ ରାହୁଲ, ଅଭିଷେକ ଆଚାର୍ଯ୍ୟ, ଶିବ ପ୍ରସାଦ ପାତ୍ର, ଭୂପେନ୍ଦ୍ର ପାଢ଼ୀ, ବାଦଲ ବେହେରା, ବିଦ୍ୟା ସାଲଭି, ଶ୍ରାବଣୀ ଜେନା, ଆଲକା ପରିଡ଼ା, ଦିବ୍ୟଲେଖା ମିଶ୍ର, ଗୀତାଞ୍ଜଳି ନାୟକ, ଅଜୟ କୁମାର ମହାପାତ୍ର, ଜିତେନ୍ଦ୍ର କୁମାର ନାୟକ, ମାନସ ରଞ୍ଜନ ମିଶ୍ର, ଅଭିଷେକ ଆଚାର୍ଯ୍ୟ, ଶୁଭଦ୍ରା‌ ସାମଲ, ଜୋତ୍ସାରାଣୀ ରାଉତରାୟ, ସ୍ବାଗତିକା ଖଟେଇ, ସଂଗୀତା ବ୍ରହ୍ମା, ତାନ୍ୟା ପଣ୍ଡା ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧିତ ଖବର