ଫାଇନାଲରେ ଖୋର୍ଧା ରେଳବାଇ

ପାଇକମାଲ: ଚନ୍ଦ୍ରଶେଖର ମିନି ଷ୍ଟାଡିଅମଠାରେ ରାଇଜିଂ ଷ୍ଟାର କ୍ରିକେଟ୍‌ କ୍ଲବ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଛିନ୍ଦେଇକେଲା କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲ୍‌ରେ ଖୋର୍ଧା ରେଳବାଇ ପହଞ୍ଚିଛି। ମଙ୍ଗଳବାର ସେମିଫାଇନାଲରେ ଖୋର୍ଧା ଦଳ ୮୩ ରନ୍‌ରେ ରାୟପୁର ରେଳବାଇକୁ ହରାଇଦେଇଛି। ଖୋର୍ଧା ଦଳ ନିର୍ଧାରିତ ୩୦ ଓଭରରେ୯ ଓ୍ଵିକେଟ୍‌ ହରାଇ ୨୩୩ ରନ୍‌ କରିଥିଲା। ସନ୍ଦୀପ ମୁଲିଆ ୫୭ ଓ ସତ୍ୟଜିତ ସାବତ ୮ ବଲରେ ୪ ଛକା ସାହାଯ୍ୟରେ ୨୬ ରନ୍‌ କରିଥିଲେ। ଜବାବରେ ରାୟପୁର ରେଳବାଇ ୨୬.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୫୦ ରନ୍‌ କରିଥିଲା। ସୈାରଭ ୪୫ ରନ୍‌ କରିଥିଲେ। ସତ୍ୟଜିତ ସାବତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବୁଧବାର ବି’ ଗ୍ରୁପର ପ୍ରଥମ ମ୍ୟାଚ୍‌ ରାଞ୍ଚି ରେଳବାଇ ଓ ଛତିଶଗଡ ଫରେଷ୍ଟ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର