ଖୋର୍ଧା ମିନି କପ୍‌ ଜିତିଲା ଗ୍ରିନ୍ସ ଏକାଡେମି

ଭୁବନେଶ୍ବର: ଗ୍ରିନ୍ସ କ୍ରିକେଟ୍‌ ଏକାଡେମି ଖୋର୍ଧା ମିନି କପ୍‌ ବିଜେତା ହୋଇଛି। ଶନିବାର ଫାଇନାଲ୍‌ରେ ଏହି ଦଳ ୬ ୱିକେଟ୍‌ରେ କିଶୋର କ୍ଲବ୍‌କୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି କିଶୋର କ୍ଲବ୍‌ ୧୨୧ ରନ୍‌ କରିଥିଲା। ଜବା‌ବରେ ଗ୍ରିନ୍ସ ଦଳ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ବିଜୟୀ ଦଳ ପକ୍ଷରୁ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଲାଗି ସାଇ ବାର୍ଷିକ (୩୦ ରନ୍‌, ୫ ୱିକେଟ୍‌) ଫାଇନାଲ୍‌ର ଶ୍ରେଷ୍ଠ ଏବଂ ସେମିଫାଇନାଲ୍‌ରେ ଶତକ ଓ ଫାଇନାଲ୍‌ରେ ଅର୍ଧଶତକ ହାସଲ କରିଥିବା ଅଶୁତୋଷ ବେହେରାଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର