ଭଟଲି: ଖର୍ସଲ ଗ୍ରାମରେ ବ୍ରାଇଟ୍ ଷ୍ଟାର୍ କ୍ରିକେଟ୍ ସଂଘ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ସହିଦ ସର୍ଦ୍ଦାର ଦିଓ୍ଵାଲ ସିଂ କ୍ରିକେଟ୍ ପ୍ରତିଯୋଗିତାରେ ଖୋର୍ଧା ରେଳବାଇ ଦଳ ବିଜେତା ହୋଇଛି। ରବିବାର ଫାଇନାଲ ମ୍ୟାଚ୍ରେ ରେଳବାଇ ଦଳ ୧୦୦ ରନ୍ରେ ରାଉରକେଲା ଜିମ୍ଖାନା ଦଳକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ରେଳବାଇ ଦଳ ୩୦ ଓଭରରେ ୯ ଓ୍ଵିକେଟ ହରାଇ ୧୯୦ ରନ୍ କରିଥିଲା। ଜବାବରେ ରାଉରକେଲା ଦଳ ୨୦ ଓଭରରେ ୯୦ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ଖେଳକୁ ମହେଶ ମୁନ୍ସୀ ଓ ମହମ୍ମଦ ଇଶାକ ପରିଚାଳନା କରିଥିଲେ।
ଉଦ୍ଯାପନୀ ଉତ୍ସବରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଦସ୍ୟ ନିତ୍ୟାନନ୍ଦ ପଧାନ, ବ୍ଲକ ଉପାଧ୍ୟକ୍ଷ ମଦନ ସାହୁ, ହେମନ୍ତ ପଣ୍ଡା, ସନ୍ତୋଷ ସେଠ, ଗୋବିନ୍ଦ ପଧାନ, କୀର୍ତ୍ତିଚନ୍ଦ୍ର ଦୁଆନ, ସରପଂଚ ଯଶୋବନ୍ତି ସିଂ, ସରସ୍ୱତୀ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଉଦ୍ଯାପନୀ ସଭାକୁ ସନ୍ତୋଷ ସେଠ ସଭାପତିତ୍ୱ କରିଥିବା ବେଳେ ବନମାଳୀ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଶାନ୍ତ ସାହୁଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ଲଗ୍ନଜିତ୍ ସାମଲଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ପ୍ରଦାନ କରାଯାଇଥିଲା।
ଖୋର୍ଧା ରେଳବାଇ ବିଜେତା
ସର୍ବଭାରତୀୟ ସହିଦ ସର୍ଦାର ଦିଓ୍ଵାଲତ ସିଂହ କ୍ରିକେଟ୍
/sambad/media/post_attachments/wp-content/uploads/2018/02/SBPHO11-Bhatli-Cricket.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)