ରାଜ୍ୟ ଶକ୍ତି ଉତ୍ତୋଳନ ଉଦ୍‌ଯାପିତ: ଖୋର୍ଦ୍ଧା ବିଜେତା, ମୟୂରଭଞ୍ଜ ଦ୍ବିତୀୟ

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଚାଲିଥିବା ୨୮ତମ ରାଜ୍ୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ପଦକ ତାଲିକାରେ ସର୍ବାଧିକ ଅଙ୍କ ସହିତ ଖୋର୍ଦ୍ଧା ଦଳଗତ ବିଜେତା ହୋଇଥିବାବେଳେ ମୟୂରଭଞ୍ଜ ଉପ ବିଜେତା ‌ହୋଇଛି। ବ୍ୟକ୍ତିଗତ ବର୍ଗରେ ଅନୁପମା ସ୍ବାଇଁ ୩୩୦ କିଲୋ ଉଠାଇ ଷ୍ଟ୍ରଙ୍ଗ୍‌ଓମେନ୍‌ ଏବଂ ୫୬୨.୫ କିଲୋଗ୍ରାମ ଉଠାଇ ଅଭିଷେକ ମହାନ୍ତ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ବିବେଚିତ ହୋଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଶକ୍ତିଉତ୍ତୋଳନ ସଂଘ ସଭାପତି ରାଜେଶ କୁମାର ପରିଡ଼ା, ସମ୍ପାଦକ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ, ଉପ ସଭାପତି ଇଂ ଚିତ୍ତରଂଜନ ସ୍ବାଇଁ, ସହ ସମ୍ପାଦିକା ଡକ୍ଟର ଗୌରୀ ମହାନ୍ତି, ମୀର ଆଜମତ୍ ଅଲୀ, ହିମାଂଶୁ ଶେଖର ଦାସ, ବଳଭଦ୍ର ଦାସ, ଦୀପକ ସାମନ୍ତରାୟ, ଚିତ୍ତରଂଜନ ମିଶ୍ର, ସନ୍ଦୀପ ଦାସ, ପ୍ରଦୀପ କୁମାର ପାତ୍ର, ସୌମ୍ୟରଂଜନ ରାଉତରାୟ, ଶକ୍ତିରଂଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର