ଭୁବନେଶ୍ୱର : ଦେଶର ପ୍ରମୁଖ କାର୍ ନିର୍ମାତା କିଆ ଇଣ୍ଡିଆ ସଂପ୍ରତି ଭୁବନେଶ୍ବର, ଗୋଆ ଓ ନଭି ମୁମ୍ବାଇରେ ଚାଲିଥିବା ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ବେଳେ ପରିବହନ ଲାଗି ନିଜ କମ୍ପାନିର ୬୮ଟି ଗାଡ଼ି ପ୍ରଦାନ କରିଛି। ଏହି ଗାଡ଼ିଗୁଡ଼ିକରେ ରହିଛି ୩୦ କିଆ କ୍ୟାରେନ୍, ୨୦ କିଆ କାର୍ଣ୍ଣିଭାଲ ଏବଂ ୧୮ କିଆ ସେଲଟସ୍। ଗାଡ଼ିଗୁଡ଼ିକୁ ଗତ ୭ ତାରିଖରେ ନଭି ମୁମ୍ବାଇସ୍ଥିତ ଡିୱାଇ ପାଟିଲ ଷ୍ଟାଡିୟମଠାରେ ଆୟୋଜିତ ଏକ ଉତ୍ସବରେ ଫିଫା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଉତ୍ସବରେ କିଆ ଇଣ୍ଡିଆ କାର୍ଯ୍ୟକାରୀ ନିର୍ଦେଶକ ଏବଂ ସିଇଓ ତାଇ-ଜିନ ପାର୍କ ଏବଂ ଫିଫା ପ୍ରତିଯୋଗିତାର ନିର୍ଦ୍ଦେଶକ ଜେମ ୟାର୍ଜା ଉପସ୍ଥିତ ଥିଲେ। କିଆ ହେଉଛି ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨ର ଅଫିସିଆଲ ଅଟୋମେଟିଭ ପାର୍ଟନର। କିଆ ଗାଡ଼ିଗୁଡ଼ିକୁ ଚଳିତ ବିଶ୍ବକପ୍ ଅବସରରେ ଫିଫା ଦ୍ୱାରା ଜାତୀୟ ଫୁଟ୍ବଲ୍ ଦଳ, ରେଫରି, ମ୍ୟାଚ୍ ଅଧିକାରୀ, ପ୍ରତିନିଧି ଓ ଅନ୍ୟାନ୍ୟ ଭିଆଇପିମାନଙ୍କୁ ନେବାଆଣିବା ପାଇଁ ବ୍ୟବହାର କରାଯିବ। କିଆ ମଧ୍ୟ ଏହି ସମଗ୍ର ପ୍ରତିଯୋଗିତା ସମୟରେ ଫିଫାକୁ ୨୪ ଘଣ୍ଟିଆ ରୋଡ୍ ସାଇଡ ସହାୟତା ପ୍ରଦାନ କରିବ।
ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଲାଗି ୬୮ଟି ଗାଡ଼ି ଦେଲା କିଆ ଇଣ୍ଡିଆ
/sambad/media/post_attachments/wp-content/uploads/2022/10/kia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)