ରାଉରକେଲା:  ହକି ଇଣ୍ଡିଆ ଲିଗ୍‌ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ନିଜର ପ୍ରଥମ ମ୍ୟାଚ୍‌ରେ ପରାଜୟ ଭୋଗିଛି। ଶକ୍ତିଶାଳୀ ୟୁପି ରୁଦ୍ର‌ାସ୍‌ଠାରୁ ଦଳ ୧-୩ ଗୋଲ୍‌ରେ ପରାସ୍ତ ହୋଇଛି। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ରେ କଳିଙ୍ଗ ଲାନ୍‌ସର୍ସ ଉତ୍କର୍ଷ ପ୍ରଦର୍ଶନ କରିଥିଲା।

Advertisment

ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ଦଳର ବିଦେଶୀ ତାରକା ଏନରିକ୍‌ ଗୋଞ୍ଜାଲେଜ୍‌ ଏକ ଚମତ୍କାର ଫିଲ୍‌ଡଗୋଲ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ତେବେ ଦ୍ବିତୀୟ କ୍ବାର୍ଟରରେ ୟୁପି ଆକର୍ଷଣୀୟ ପ୍ରତ୍ୟାବର୍ତ୍ତନ କରିଥିଲା।

ଯଦିଓ ଦ୍ବିତୀୟ କ୍ବାର୍ଟର୍‌ରେ କୌଣସି  ଗୋଲ୍‌ ଦେଇ ନ ଥିଲା, ତେବେ ପ୍ରତିପକ୍ଷଙ୍କ ଉପରେ ହାବି ହୋଇଥିଲା। ତୃତୀୟ କ୍ବାର୍ଟରର ଶେଷ ମିନିଟରେ କେନ୍‌ ରସେଲ୍‌ ଗୋଲ୍‌ ପରିଶୋଧକରି ସ୍କୋର ୧-୧ ଗୋଲରେ ବରାବର କରିଥିଲେ।

ଅଧିକ ପଢ଼ନ୍ତୁ: ଘର ଉଜାଡିଲା ବଣୁଆ ଦନ୍ତା: ଜୀବନ ବଞ୍ଚାଇ ଘରୁ ଦୌଡ଼ି ପଳାଇଲେ ମହିଳା

୫୦ତମ ମିନିଟ୍‌ରେ ଓଡ଼ିଆ ତାରକା ସୁଦୀପ ଚୀରମାକୋ ଆଉ ଏକ ଗୋଲ୍‌ ଦେଇ ୟୁପିକୁ ୨-୧ ଗୋଲରେ ଆଗୁଆ କରିଥିଲେ। ମ୍ୟାଚ୍‌ ଶେ‌ଷ ହେବାକୁ ଆଉ ୮ ସେକେଣ୍ଡ୍‌ ବାକି ଥିବାବେଳେ ୟୁପି ଏକ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ପାଇଥିଲା।

ଏହାକୁ ହାତଛଡ଼ା ନ କରି କେନ୍‌ ରସେଲ୍‌ ଗୋଲ୍‌ରେ ପରିଣତକରି ସ୍କୋର୍‌କୁ ୩-୧ ଗୋଲ୍‌କୁ ବୃଦ୍ଧି କରିବାସହ ମ୍ୟାଚ୍‌କୁ ଜିତି ନେଇଥିଲେ।

ଅଧିକ ପଢ଼ନ୍ତୁ: କଟକ-ଭୁବନେଶ୍ୱର-ପୁରୀରେ ଚାଲିବ ଇଲେକ୍ଟ୍ରିକ ଡବଲ ଡେକର ବସ୍