ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର କିରୋନ ପୋଲାର୍ଡ ନିଜ ଖେଳର ଜଲୱା ଦେଖାଇ ତାଙ୍କ ପ୍ରଶଂସକମାନଙ୍କୁ ପୁଣି ଚକିତ କରି ଦେଇଛନ୍ତି। ପୋଲାର୍ଡ ଏକ ମ୍ୟାଚରେ ଦୁଇଟି ଏମିତି ଛକା ମାରିଥିଲେ କି ବଲ ଷ୍ଡାଡିୟମ ବାହାରେ ଯାଇ ପଡ଼ିଥିଲା। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଲାର୍ଡ ଏହି ଜବରଦସ୍ତ ପ୍ରଦର୍ଶନ ୟୁଏଇରେ ଖେଳା ଯାଉଥିବା ଇଣ୍ଟରନ୍ୟାସନାଲ ଲିଗ ଟି୨୦ ଟୁର୍ଣ୍ଣାମେଣ୍ଟରେ ଦେଖାଇଛନ୍ତି।
ଟୁର୍ଣ୍ଣାମେଣ୍ଟରେ ଆଇପିଏଲ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିୟନ୍ସର ଏକ ଟିମ ଖେଳୁଛି। ଯାହାର ନାମ ଏମଆଇ ଅମିରାତ ରହିଛି। ଏହାର ଅଧିନାୟକ ରହିଛନ୍ତି ପୋଲାର୍ଡ। ଗତ ରବିବାର ଜାନୁଆରି ୨୯ ତାରିଖରେ ଅମିରାତ ଟିମଙ୍କ ମୁକାବିଲା ଡେଜର୍ଟ ୱାଇପର୍ସଙ୍କ ସହିତ ହୋଇଥିଲା। ଏହି ମ୍ୟାଚରେ ପୋଲାର୍ଡ ଧମାକାଦାର ପ୍ରଦାର୍ଶନ କରି ନିଜ ଦଳକୁ ୧୫୭ରନରେ ଜିତାଇ ଦେଇଥିଲେ।
ଶାରଜାହରେ ଖେଳା ଯାଉଥିବା ମ୍ୟାଚରେ ପୋଲାର୍ଡ ୧୯ବଲରେ ୫୦ରନ କରି ଭଲ ପ୍ରଦର୍ଶନ କରିଥିଲେ। ଏହି ଖେଳ ସମୟରେ ପୋଲାର୍ଡ ଚାରିଟି ଛକା ଓ ୪ଟି ଚଉକା ମାରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୨୬୩.୧୫ ରହିଛି। ଖେଳୁଥିବା ସମୟରେ ପୋଲାର୍ଡ ଦୁଇଟି ଛକା ଏମିତି ମାରିଥିଲେ କି ବଲ ସିଧା ଯାଇ ପଡ଼ିଆ ବାହାରେ ପଡ଼ିଥିଲା।
When it’s raining 6️⃣s, There are 2 types of cricket lovers..
1. Pick and run 🏃♂️
2. Pick and return
Which category are you?Book your tickets now : https://t.co/sv2yt8acyL#DPWorldILT20 #ALeagueApart #DVvMIE pic.twitter.com/P0Es01cMz8
— International League T20 (@ILT20Official) January 29, 2023
ପ୍ରଥମ ବଲକୁ ରାସ୍ତାରୁ ଜଣେ ପ୍ରଶଂସକ ଉଠାଇ ନେଇଥିବା ବେଳେ ଦ୍ବିତୀୟ ବଲକୁ ଜଣେ ପ୍ରଶଂସକ ଉଠାଇ ଷ୍ଟାଡିୟମ ଭିତରକୁ ପୁଣି ଫିଙ୍ଗି ଦେଇଥିଲେ।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ପ୍ରଥମେ ଇଣ୍ଟରନ୍ୟାସନାଲ ଟି୨୦ ନିଜର ଟୁଇଟର ଆକାଉଣ୍ଟରେ ସେୟାର କରିଥିଲା। ଏହାକୁ ନେଇ ଟୁଇଟର ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।