ଭୁବନେଶ୍ବର: ଆର୍ଜେଣ୍ଟିନା ଗସ୍ତରେ ଥିବା ଭାରତୀୟ ହକି ଦଳ ସହ ଓଡ଼ିଆ ଡାକ୍ତର ସୁଦୀପ ଶତପଥୀ ସାମିଲ ହୋଇଛନ୍ତି। କିମ୍ସରେ ପ୍ରଫେସର ଥିବା ଡାକ୍ତର ଶତପଥୀ ଫିଜିଓଲୋଜି ଓ ସ୍ପୋର୍ଟସ ମେଡିସିନ୍ରେ ଉତ୍କର୍ଷ ଥିବାରୁ ପୁଣି ଥରେ ଅନ୍ତର୍ଜାତୀୟ ସୁଯୋଗ ପାଇଛନ୍ତି। ଭାରତୀୟ ହକି ଦଳ ଏପ୍ରିଲ ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଗସ୍ତରେ ଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି)ରୁ ସ୍ପୋର୍ଟସ ମେଡିସିନ୍ରେ ଡିପ୍ଲୋମା କରିବା ପରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଡାକ୍ତର ଶତପଥୀ। ପୂର୍ବରୁ ଡାକ୍ତର ଶତପଥୀ ଏଏଫ୍ସି ଚାମ୍ପିଅନ୍ସ ଲିଗ୍ (ୱେଷ୍ଟ୍), ରିଓ ଅଲିମ୍ପିକ୍ସ, ପ୍ରିମିୟର୍ ବ୍ୟାଡ୍ମିଣ୍ଟନ୍ ଲିଗ୍ରେ କାମ କରିବାର ଅଭିଜ୍ଞତା ରଖିବା ସହ ୨୦୧୫ରେ ସଚିନ ତେନ୍ଦୁଲକରଙ୍କ ଆଇଏସ୍ଏଲ୍ ଦଳ କେରଳ ବ୍ଲାଷ୍ଟର୍ସ ସହ ଚୁକ୍ତିବଦ୍ଧ ଥିଲେ। ଡାକ୍ତର ଶତପଥୀଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବରୁ ଭାରତୀୟ ହକି ଦଳ ସହ ମଧ୍ୟ ଓଡ଼ିଆ ଡାକ୍ତର ବିଭୂକଲ୍ୟାଣ ନାୟକ ମଧ୍ୟ ଲମ୍ବା ସମୟ ପାଇଁ ଦାୟିତ୍ବ ତୁଲାଇଥିଲେ।
କିମ୍ସ ପ୍ରଫେସର ସୁଦୀପ ଭାରତୀୟ ହକି ଦଳ ଡାକ୍ତର
/sambad/media/post_attachments/wp-content/uploads/2021/04/f54h9fs4h5sf4h56sf46h54fs56h4fs56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)