ଭୁବନେଶ୍ବର : ଚଳିତ ୧୪ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବରେ ଶନିବାର ‘ଏ’ ବର୍ଗର ଅଷ୍ଟମ ରାଉଣ୍ଡ ଶେଷ ହୋଇଛି। ଏହି ରାଉଣ୍ଡ ସୁଦ୍ଧା ରୁଷିଆର ବୋରିସ ସାଭଚେଙ୍କୋ (୭) ଶୀର୍ଷରେ ରହିଥିଲା ବେଳେ କଲମ୍ବିଆର କ୍ରିଷ୍ଟିଆନ୍ କାମିଲୋ ରିଓସ (୬.୫) ଦ୍ବିତୀୟ ଓ ଭ୍ଲାଦିମିର ବୁର୍ମାକିନ (୬.୫) ତୃତୀୟ ସ୍ଥାନରେ ରହିଛନ୍ତି। ଏହି ବର୍ଗର ନବମ ରାଉଣ୍ଡ ଶନିବାର ଆରମ୍ଭ ହୋଇଛି। ସମାନ୍ତରାଳ ଭାବେ ଚାଲିଥିବା ‘ସି’ ବର୍ଗ ପ୍ରତିଯୋଗିତାର ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ପଶ୍ଚିମବଙ୍ଗର ସତ୍ୟଜିତ ସରକାର, ସୁପ୍ରତିମ ଘୋଷ, ବିହାରର ଦିବ୍ୟାଂଶୁ କୁମାର ସିଂହ (ସମସ୍ତେ ୬ ପଏଣ୍ଟ) ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି।
କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ: ‘ଏ’ ବର୍ଗ ଅଷ୍ଟମ ରାଉଣ୍ଡ ସୁଦ୍ଧା ଶୀର୍ଷରେ ବୋରିସ
/sambad/media/post_attachments/wp-content/uploads/2023/06/Chess-1.jpg)