କିଟ୍‌ ପ୍ରିମିୟର ଲିଗ୍‌ ଜିତିଲା ଅଲ୍‌-ଫଲ୍ଲା

ଭୁବନେଶ୍ବର: ଫରିଦାବାଦର ଅଲ୍‌-ଫଲ୍ଲା ବିଶ୍ବବିଦ୍ୟାଳୟ କିଟ୍ ପ୍ରିମିୟର ଲିଗ୍ (କେପିଏଲ୍) ଦ୍ୱାଦଶ ସଂସ୍କରଣର ବିଜେତା ହୋଇଛି। ସୋମବାର ଫାଇନାଲ୍‌ରେ ଅଲ୍‌-ଫଲ୍ଲା ଦଳ ୭୩ ରନ୍‌ରେ ଜିଏନ୍‌ଡିୟୁ ଅମୃତସରକୁ ପରାସ୍ତ କରିଛି। ଅଲ୍‌-ଫଲ୍ଲା ନିର୍ଧାରିତ ୨୦ ଓଭରରେ ୨୧୬/୩ କରିଥିଲା। ଜବାବରେ ଜେଏନ୍‌ଡିୟୁ ୯ ୱିକେଟ୍‌ ବିନିମୟରେ ୧୪୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ଓଲିଉଡ୍‌ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟକାରୀ ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ଏବଂ କିମ୍‌ସର ସିଇଓ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଡକ୍ଟର ଗଗନେନ୍ଦୁ ଦାଶ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଯଥାକ୍ରମେ ୨ ଓ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଜେଏନ୍‌ଟିୟୁ ହାଇଦ୍ରାବାଦ ଓ ମୁମ୍ବାଇ ବିଶ୍ବବିଦ୍ୟାଳୟ ଯଥାକ୍ରମେ ତୃତୀୟ ଓ ଚତୁର୍ଥରେ ରହି ଯଥାକ୍ରମେ ୫୦ ଓ ୨୫ ହଜାର ଟଙ୍କା ପୁରସ୍କାର ପାଇଥିଲେ। ବିଜେତା ଦଳକୁ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର