ଭୁବନେଶ୍ବର : ପଞ୍ଜାବି ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ପାତିଆଲାରେ ଶେଷ ହୋଇଥିବା ସର୍ବଭାରତୀୟ ମହିଳା ଅନ୍ତଃବିଶ୍ବବିଦ୍ୟାଳୟ କାନୋଇଂ ଓ କାୟାକିଂରେ କିଟ୍ ବିଶ୍ବବିଦ୍ୟାଳୟ ୬ ପଦକ ସହ ପ୍ରଥମ ଉପବିଜେତା ହୋଇଛି। କିଟ୍ ଦଳରେ ରଶ୍ମିତା ସାହୁ, ମଧୁସ୍ମିତା ନାୟକ ଓ ଏସ୍ମା ବାର୍ଲା ସାମିଲ ଥିଲେ। ୨୦୦ ଓ ୫୦୦ ମିଟର ସି-୧ରେ ରଶ୍ମିତା ଦୁଇଟି ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିଥିଲା ବେଳେ ୧୦୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିଲେ।
୨୦୦ ମିଟର ସି-୨ରେ ରଶ୍ମିତା ଓ ମଧୁସ୍ମିତାଙ୍କ ଯୋଡ଼ି ସ୍ବର୍ଣ୍ଣ ପାଇଥିଲା ବେଳେ ୫୦୦ ମିଟରରେ ଏହି ଯୋଡ଼ି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲା। ୨୦୦ ମିଟର କେ-୧ରେ ଏସ୍ମା ବାର୍ଲା କାଂସ୍ୟ ପଦକ ପାଇଥିଲେ। କିଟ୍ର ଉକ୍ତ ସମସ୍ତ ଖେଳାଳିମାନେ ସମାଜ ବିଜ୍ଞାନରେ ସ୍ନାତକ କରୁଥିଲା ବେଳେ ପ୍ରଥମ ବର୍ଷର ଛାତ୍ରୀ। ଜଗତପୁରସ୍ଥିତ ଜଳକ୍ରୀଡ଼ା କେନ୍ଦ୍ରରେ ସହକାରୀ ପ୍ରଶିକ୍ଷକ ରାଜ କୁମାର ନିଶାଦଙ୍କ ଅଧିନରେ ଏମାନେ ଅଭ୍ୟାସ କରୁଛନ୍ତି। ସମସ୍ତ ପ୍ରତିଯୋଗୀଙ୍କୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ସାଂସଦ ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/KIIT-Canoeing-and-Kayaking-Team.jpg)