ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ଟେବୁଲ ଟେନିସ୍ (ଟିଟି) ଦଳ ସର୍ବଭାରତୀୟ ଅନ୍ତଃଜୋନ୍ ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିଛି। ସର୍ବଭାରତୀୟ ପ୍ରତିଯୋଗିତା ଆସନ୍ତା ଫେବ୍ରୁଆରି ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ କିଟ୍ରେ ଆୟୋଜିତ ହେବ। ଶନିବାର କିଟ୍ରେ ଚାଲିଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ଟିଟିର କ୍ୱାର୍ଟର ଫାଇନାଲ୍ରେ ବିଆର୍ଏ ବିହାରକୁ ୩-୧ ସେଟ୍ରେ ପରାସ୍ତ କରି କିଟ୍ ସେମିଫାଇନାଲ୍ ପ୍ରବେଶ ସାଙ୍ଗକୁ ସର୍ବଭାରତୀୟ ଯୋଗ୍ୟତା ହାସଲ କରିଛି। ଅନ୍ୟ କ୍ୱାର୍ଟର ଫାଇନାଲ୍ରେ ପଶ୍ଚିମବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟ ୩-୦ରେ ଉତ୍ତର ବେଙ୍ଗଲ ବିଶ୍ୱବିଦ୍ୟାଳୟକୁ, ବର୍ଧମାନ ୩-୦ରେ ମକାକୁ ଏବଂ କୋଲ୍କାତା ୩-୧ରେ କଟନ୍ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଅନ୍ୟପକ୍ଷରେ ସର୍ବଭାରତୀୟ ଅନ୍ତଃଜୋନ୍ ବିଶ୍ୱବିଦ୍ୟାଳୟ ବ୍ୟାଡ୍ମିଣ୍ଟନ କ୍ୱାର୍ଟର ଫାଇନାଲ୍କୁ ଭିଏନ୍ ସାଉଥ୍ କଟନ୍, ପଞ୍ଜାବ, ଜୈନ୍, ଦିଲ୍ଲୀ, ଆର୍ଟିଏମ୍ ନାଗପୁର, ଓସ୍ମାନିଆ, ଆନ୍ଧ୍ର ଓ ମହାରାଜା ସାହାଜୀ ରାଓ ବିଶ୍ୱବିଦ୍ୟାଳୟ ବାଳିକା ଦଳ ଯୋଗ୍ୟତା ହାସଲ କରିଛନ୍ତି।
କିଟ୍ ଟିଟି ଦଳକୁ ସର୍ବଭାରତୀୟ ଯୋଗ୍ୟତା
/sambad/media/post_attachments/wp-content/uploads/2018/01/11-KIIT-Table-Tennis-Teams.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)