ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ କିଟ୍ ମହିଳା ଦଳ ଚତୁର୍ଥ ରାଉଣ୍ଡ୍ ଶେଷ ସୁଦ୍ଧା ଅପରାଜେୟ ରହିଛି। କିଟ୍ କ୍ୟାମ୍ପସ୍-୧୫ (ବି)ର ଅନ୍ତର୍ଜାତୀୟ ଚେସ୍ ହଲ୍ରେ ଚାଲିଥିବା ୭ ରାଉଣ୍ଡ୍ ବିଶିଷ୍ଟ ପ୍ରତିଯୋଗିତାର ଦୁଇ ଦିନ ମଧ୍ୟରେ ଖେଳିଥିବା ୪ ରାଉଣ୍ଡ୍ରୁ ସବୁତକ ଜିତି କିଟ୍ ସର୍ବାଧିକ ୮ ପଏଣ୍ଟ୍ ସହ ତାଲିକା ଶୀର୍ଷରେ ଏକାକି ରହିଛି। କିଟ୍ ଗୁରୁବାର ଚତୁର୍ଥ ରାଉଣ୍ଡ୍ରେ ବନାସର ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା ବେଳେ ବସ୍ତରଠାରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପରାସ୍ତ ହୋଇଛି। ଫଳରେ ଚତୁର୍ଥ ରାଉଣ୍ଡ୍ ଶେଷରେ ମହିଳା ବର୍ଗରେ କିଟ୍ ପଛକୁ ସୁର୍ଗୁଜା ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ୬ ପଏଣ୍ଟ୍ ଲେଖାଏଁ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଅନ୍ୟପକ୍ଷରେ ଗୁରୁବାର ପୁରୁଷ ବର୍ଗରେ ଯାଦବପୁର ବିଶ୍ୱବିଦ୍ୟାଳୟ ଓ କୋଲ୍କାତା ବିଶ୍ୱବିଦ୍ୟାଳୟ ଯୁଗ୍ମ ଭାବେ ଶୀର୍ଷରେ ରହିଥିଲା ବେଳେ ବନାରସ ହିନ୍ଦୁ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଯଥାକ୍ରମେ ପଏଣ୍ଟ୍ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତିି।
କିଟ୍ ମହିଳା ଦଳ ଶୀର୍ଷରେ
ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ଚେସ୍
/sambad/media/post_attachments/wp-content/uploads/2017/11/6-kiit-chess.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)