କିଲିମାଁଜାରୋ ଚଢ଼ିବାକୁ ବାହାରିଲେ ଲିପିକା, କୁଶ

ଭୂବନେଶ୍ବର: ବରଗଡ଼ ଜିଲ୍ଲାର ଲିପିକା ସେଠ୍‌ ଏବଂ କୋରାପୁଟ ଜିଲ୍ଲାର କୁଶ ଅର୍ଲବ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଁଜ‌ାରୋ (୫,୮୯୫ମି/ ୧୯,୩୪୦ ଫୁଟ) ଚଢ଼ିବାଲାଗି ସୋମବାର ସେଠାକୁ ଗସ୍ତ କରିଛନ୍ତି। ଏହି ଅଭିଯାନ ଚଳିତ ମାସ ୩୦ ତାରିଖରେ ଶେଷ ହେବ। ଲିପିକା ଜବାହାର ପର୍ବତାରୋହୀ ସଂସ୍ଥ‌ା ଏବଂ କୁଶ ହିମାଳୟ ପର୍ବତାରୋହୀ ସଂସ୍ଥାରୁ ଶିକ୍ଷା ଲାଭ କରିଛନ୍ତି। ଲିପିକା ପୂର୍ବରୁ ବିଜୁ ପଟ୍ଟନାୟକ ହିମାଳୟନ୍‌ ଅଭିଯାନର ପ୍ରଥମ ସଂସ୍କରଣର ସଦସ୍ୟା ଭାବେ ଶୃଙ୍ଗ ରୁଦୁଗେରା (୧୯, ୦୯୧ ଫୁଟ) ସଫଳତାର ସହ ଆରୋହଣ କରିସାରିଛନ୍ତି। ଉଭୟଙ୍କ ଯାତ୍ରାର ସଫଳତା ଲାଗି ସୋମବାର ଏସୀୟ ପାସିଫିକ୍‌ ହାବିଟାଟ୍‌ ସୋସାଇଟ୍‌ର ସମ୍ପାଦକ ୱିଲିୟମ ହେନେଜ୍‌ ଦୁଇ ପର୍ବତାରୋହୀଙ୍କୁ ଜାତୀୟ ପତାକା ଦେଖାଇ ଶୁଭମନାସୀ ଥିଲେ। ଏହି ଉତ୍ସବରେ ଭୁବନେଶ୍ବର ବିଜୁ ଯୁବ ଜନତା ଦଳର ସଭାପତି ଅମରଜିତ ସେନାପତି, ଉପସଭାପତି ସଂଜିତ ସେନାପତି ଏବଂ ବରଗଡ଼ ଯୁବନେତା ଦିବାକର ମାଝୀ ଉପସ୍ଥିତ ଥିଲେ। ଏହି ଅଭିଯାନରେ ବିଦେଶରୁ ୮ ଏବଂ ଭାରତରୁ ୩ ଜଣ ଭାଗ ନେଉଛନ୍ତି।

ସମ୍ବନ୍ଧିତ ଖବର