ସମସ୍ତ ଅପେକ୍ଷାର ଅନ୍ତ ଘଟିଲା, ଭୁବନେଶ୍ୱରରେ ପହଞ୍ଚିଲେ କିଙ୍ଗ୍‌ ଖାନ୍‌ ଶାହରୁଖ୍‌

ଭୁବନେଶ୍ୱର : ଦୀର୍ଘଦିନ ଧରି ଲୋକେ ରାଜଧାନୀ ଭୁବନେଶ୍ୱରରେ କିଙ୍ଗ୍‌ ଖାନ୍‌ ଶାହରୁଖ୍‌ଙ୍କୁ ଦେଖିବା ପାଇଁ ଯେଉଁ ଅପେକ୍ଷା ରଖିଥିଲେ ତାହାର ଅନ୍ତ ଘଟିଛି। ହକି ବିଶ୍ୱକପ୍‌ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଲାଗି କିଙ୍ଗ୍‌ ଖାନ୍‌ ଶାହରୁଖ୍‌  ଚାଟାର୍ଡ ଫ୍ଲାଇଟ୍‌ରେ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରୁ ସେ ସିଧା ରିହର୍ସାଲ୍‌ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ରିହର୍ସାଲ୍‌ ପରେ ତାଙ୍କ  ସାଥିରେ ଅାସିଥିବା  ଭ୍ୟାନିଟ୍‌ ଭ୍ୟାନରେ ବିଶ୍ରାମ ନେବେ ଓ ଏହାପରେ ପ୍ରସ୍ତୁତ ହୋଇ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରି ସେଇ ଭ୍ୟାନିଟ୍‌ ଭ୍ୟାନ୍‌ ଯୋଗେ ବିମାନ ବନ୍ଦରକୁ ଯାଇ ଚାଟାର୍ଡ ଫ୍ଲାଇଟ୍‌ରେ ଫେରିଯିବେ ବୋଲି ସୂଚନା ମିଳିଛି। ତେଣୁ ଓଡ଼ିଶାରେ ସେ କୌଣସି ହୋଟେଲ୍‌ରେ ରହିବେ ନାହଁ। ଶାହରୁଖ୍‌ଙ୍କୁ ଦେଖିବା ପାଇଁ ଅନେକ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ମଞ୍ଚ ଉପରେ ତାଙ୍କର ସର୍ପ୍ରାଇଜ୍‌ ପ୍ରବେଶ ହେବ।

ସମ୍ବନ୍ଧିତ ଖବର