କୋଲ୍‌କାତା: ଇଡେନ୍ ଗାର୍ଡେନ୍ସରେ ଶନିବାର ଅନୁଷ୍ଠିତ ଆଇପିଏଲ୍‌-୨୦୨୫ର ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ନୃତ୍ୟ, ଶ୍ରେୟା ଘୋଷାଲଙ୍କ ସଂଗୀତ ଏବଂ  ଭାରତୀୟ ରାପର୍‌ କରଣ ଉଜଲା ପ୍ରଶଂସକଙ୍କ ମନ ‌ମୋହି ନେଇଥିଲେ। କିନ୍ତୁ ହଟ୍ ପୋଷାକରେ ଆସିଥିବା ଦିଶା ପଟାନୀଙ୍କ ପ୍ରଦର୍ଶନ ବେଳେ ଟିଭି ପ୍ରସାରଣକୁ କାଣ୍ଟଛାଣ୍ଟ କରିଦିଆଯାଇଥିବାରୁ ପ୍ରଶଂସକମାନେ ସୋସିଆଲ୍ ମିଡିଆରେ କ୍ଷୁବ୍‌ଧ ହୋଇଛନ୍ତି। କ୍ରିକେଟ୍ ଆକ୍ସନ୍ ଆରମ୍ଭ ପୂର୍ବରୁ ଦିଶାଙ୍କ ନାଚ ଓ ଶ୍ରେୟାଙ୍କ ବେଙ୍ଗଲୀ ସ୍ବରର ସଂଗୀତକୁ ଇଡେନ୍ ଦର୍ଶକ ଭାରି ପସନ୍ଦ କରିଛନ୍ତି।

Advertisment

ଏହି ଅବସରରେ ଆଉ ଏକ ସଂଯୋଗର ଉତ୍ସବ ପ୍ରଶଂସକଙ୍କୁ ବି ଅଭୁଲା ସ୍ମୃତି ଆଣି ଦେଇଛି। ଆର୍‌ସିବି ସହ ନିରଂତର ୧୮ ଋତୁ  ବିତାଇଥିବା ବିରାଟ କୋହଲିଙ୍କୁ ‘ଆଇପିଏଲ୍‌-୧୮’ ଫଳକରେ ସମ୍ମାନିତ କରାଯାଇଛି। ଭାରତୀୟ କ୍ରିକେଟ୍‌ରେ ଏହାର ପ୍ରଭାବକୁ ସ୍ବିକୃତି ଦିଆଯାଇଛି। ମଞ୍ଚରେ କିନ୍ତୁ କିଙ୍ଗ୍ କୋହଲି ଏବଂ ବଲିଉଡ୍ କିଙ୍ଗ୍ ସାହାରୁଖ ଖାନ୍‌ଙ୍କ ସହ ମିଶି ନାଚିବାର କିଛି କ୍ଷଣ ପ୍ରଶଂସକଙ୍କୁ ଉଲ୍ଲସିତ କରି ଦେଇଥିଲା। ଦୁଇ ସୁପରଷ୍ଟାରଙ୍କ ପ୍ରଦର୍ଶନ ଇଡେନ୍ ଗାର୍ଡେନ୍ସର ଦର୍ଶକଙ୍କୁ ଛିଡ଼ା ହୋଇ ସଲାମ ଜଣାଇବାକୁ ବାଧ୍ୟ କରିଥିଲା। ରିଙ୍କୁ ସିଂହଙ୍କ ଉପସ୍ଥିତି ମଧ୍ୟ ମଞ୍ଚକୁ ଅଧିକ ଆଲୋକିତ କରି ଦେଇଥିଲା। ଏହି ଅବସରରେ ଆଇପିଏଲ୍‌-୧୮କୁ ଏସ୍‌ଆର୍‌କେ ଲିଗ୍‌ର ‘ପ୍ରୌଢ଼ପ୍ରାପ୍ତି’ ଅଭିହିତ କରିଥିଲେ। ଜାତୀୟ ସଂଗୀତ ଗାନ ସହ ଏହି ଘଣ୍ଟିକିଆ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା।