ଆବୁଧାବି: ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍ ୨୦୨୦ର ତ୍ରୟୋଦଶ ମ୍ୟାଚ୍ରେ କିଙ୍ଗସ୍ ଇଲେଭେନ ପଞ୍ଜାବକୁ ୪୮ ରନ୍ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନସ୍ । ଟସ୍ ଜିଣି ପ୍ରଥମେ ଫିଲଡିଂ କରିଥିବା କିଙ୍ଗସ୍ ଇଲେଭେନ ପଞ୍ଜାବ ୧୯୨ ରନର ବିଜୟ ଲକ୍ଷ୍ୟକୁ ପିଛାକରି ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା।
ପଞ୍ଜାବ ପକ୍ଷରୁ ପ୍ରଥମେ ଲଢୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା। କିନ୍ତୁ ୪.୫ ଓଭରରେ ଦଳର ସ୍କୋର ୩୮ ରନ୍ ହୋଇଥିବା ବେଳେ ଓପନର ମୟଙ୍କ ଅଗ୍ରୱାଲ ଆଉଟ ହୋଇ ଯାଇଥିଲେ। ଏହା ପରେ ପଞ୍ଜାବର ଗୋଟିଏ ପରେ ଗୋଟେ ୱିକେଟ ପଡ଼ିବା ଆରମ୍ଭ ହୋଇଥିଲା । ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ ୧୮ ବଲରେ ୨୫ ରନ୍ ଓ ଲୋକେଶ ରାହୁଲ ୧୯ ବଲରେ ୧୭ ରନ୍ କରିଥିବା ବେଳେ ନିକୋଲାସ୍ ପୁରନ୍ ସର୍ବାଧିକ ୪୪ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ଜେମ୍ସ ପାଟିନସନ୍, ଯଶପ୍ରୀତ୍ ବୁମରା ଓ ରାହୁଲ ଚହର ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, କ୍ରୁନାଲ ପାଣ୍ଡ୍ୟା ୧-୧ ୱିକେଟ ନେଇଛନ୍ତି । ଏହି ବିଜୟ ସହ ୪ ପଏଣ୍ଟ ଲାଭ କରି ଦଳ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ମୁମ୍ବାଇ ଇଣ୍ଡିଆନସ୍ ।
ପୂର୍ବରୁ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା କିଙ୍ଗସ ଇଲେଭେନ୍ ପଞ୍ଜାବ । ଫଳରେ ବ୍ୟାଟିଂ ଲାଗି ପଡ଼ିଆକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନସ୍ । ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୫ ବଲରେ ୭୦ ରନ୍ କରିଥିଲେ । ଅନ୍ୟପଟେ କିରନ୍ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମ୍ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୧ ବଲ ଖେଳି ୩୦ ରନ୍ କରିଥିବା ବେଳେ କିରନ୍ ପୋଲାର୍ଡ ୨୦ ବଲ ଖେଳି ୪ ଛକା ୩ ଚୌକା ସହାୟତାରେ ୪୭ ରନ୍ କରିଥିଲେ । ଏହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୧ ରନ୍ କରିଥିଲା । କିଙ୍ଗସ୍ ଇଲେଭେନ ପଞ୍ଜାବ ପକ୍ଷରୁ କୋଟ୍ରେଲ୍, ମହମ୍ମଦ ଶାମି ଓ କୃଷ୍ଣପ୍ପା ଗୌତମ ଗୋଟେ ଲେଖାଏଁ ୱିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/kxip-vs-mi.jpg)