ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ତ୍ରୟୋଦଶ ସଂସ୍କରଣର ଅଷ୍ଟାଦଶ ମ୍ୟାଚ୍ରେ କିଙ୍ଗସ୍ ଇଲେଭେନ୍ ପଂଜାବ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ମୁକାବିଲା ହେଉଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ରବିବାର ଖେଳାଯାଉଥିବା ଏହି ମ୍ୟାଚ୍ରେ କିଙ୍ଗସ୍ ଇଲେଭେନ୍ ପଂଜାବ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।
ପଏଣ୍ଟ ଟେବୁଲରେ ଉଭୟ କିଙ୍ଗସ୍ ଇଲେଭେନ୍ ପଂଜାବ ଓ ଚେନ୍ନାଇ ସୁପର କିଙ୍ଗସ୍ ସମାନ ପଏଣ୍ଟ ହାସଲ କରିଛନ୍ତି। ଉଭୟ ଟିମ୍ ୪ଟି ଲେଖାଏଁ ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। କିନ୍ତୁ ଉଭୟ ଟିମ୍ ୩ଟି ଲେଖାଏଁ ମ୍ୟାଚ୍ ହାରିଛନ୍ତି। ତେବେ ପଂଜାବ ଓ ଚେନ୍ନାଇ ମଧ୍ୟରେ ଚଳିତ ଆଇପିଏଲ୍ରେ ଏହା ହେଉଛି ପ୍ରଥମ ମୁକାବିଲା।
A look at the Playing XI for #KXIPvCSK.
Three changes for #KXIP.#CSK remains unchanged.#Dream11IPLpic.twitter.com/O98kJo21n8
— IndianPremierLeague (@IPL) October 4, 2020
ପଂଜାବ ଟିମ୍ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ସେପ୍ଟେମ୍ବର ୨୪ ତାରିଖରେ ୯୭ ରନ୍ରେ ବିଜୟୀ ହୋଇଥିବା ବେଳେ ସେପ୍ଟେମ୍ବର ୨୦ରେ ସୁପର ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ, ସେପ୍ଟେମ୍ବର ୨୭ରେ ରାଜସ୍ଥାନ ରୟାଲ୍ସ ଠାରୁ ୪ ଓ୍ଵିକେଟ୍ରେ ଓ ଅକ୍ଟୋବର ୧ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୪୮ ରନ୍ରେ ପରାସ୍ତ ହୋଇଥିଲା।
ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ଆଇପିଏଲ୍ର ଉଦ୍ଘାଟନୀ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ୫ ଓ୍ଵିକେଟ ବିଜୟୀ ହୋଇଥିଲା। ଏହା ପରଠାରୁ ସେପ୍ଟେମ୍ବର ୨୨ରେ ରାଜସ୍ଥାନ ରୟାଲ୍ସ ଠାରୁ ୧୬ ରନ୍, ସେପ୍ଟେମ୍ବର ୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୪୪ ରନ୍ ଓ ଅକ୍ଟୋବର ୨ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ଠାରୁ ୭ ରନ୍ରେ ପରାସ୍ତ ହୋଇଥିଲା।