ଆଇପିଏଲ-୧୩: ଟସ୍ ଜିଣି କିଙ୍ଗ ଏକ୍ସଆଇ ପଂଜାବର ବୋଲିଂ ନିଷ୍ପତ୍ତି, ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ଜାରି

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୧୩ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଆଜି କିଙ୍ଗ ଏକ୍ସଆଇ ପଂଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେଉଛି । ଏହି ମ୍ୟାଚରେ ଟସ୍ ଜିଣି କିଙ୍ଗ ଏକ୍ସଆଇ ପଂଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ପଂଜାବ ଟିମ ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଏଥି ସହିତ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ବ୍ୟାଟିଂ ଆରମ୍ଭ କରିଛି ।

ରବିବାର ଦ୍ବିତୀୟ ଦିନରେ ମଧ୍ୟ କ୍ରିକେଟ୍ ପ୍ରେମୀଙ୍କୁ ଆଉ ଏକ ବଡ଼ ମ୍ୟାଚ୍ ଦେଖିବାକୁ ସୁଯୋଗ ମିଳିଛି । ଏଥିରେ ନିଜ ନିଜର ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ପରସ୍ପରର ମୁକାବିଲା କରୁଛନ୍ତି । ଏହି ମ୍ୟାଚ୍‌କୁ ଦିଲ୍ଲୀ ସ୍ପିନର ବନାମ ପଞ୍ଜାବ ବିଗ୍ ହିଟରର ଆଖ୍ୟା ଦିଆଯାଇଛି। ଅବଶ୍ୟ ଦିଲ୍ଲୀର ପ୍ରଶିକ୍ଷକ ରିକି ପଣ୍ଟିଂ ଜଣେ ମହାନ ବ୍ୟାଟ୍ସମ୍ୟାନ୍ ହୋଇଥିଲା ବେଳେ ପଞ୍ଜାବ ପ୍ରଶିକ୍ଷକ ଅନିଲ କୁମ୍ବଲେ ହେଉଛନ୍ତି କିଂବଦନ୍ତି ସ୍ପିନର। ତେବେ ଦଳୀୟ ଗଠନ ଦୃଷ୍ଟିରୁ ଦିଲ୍ଲୀରେ ଅନେକ ଦକ୍ଷ ସ୍ପିନର ଥିଲା ବେଳେ ପଞ୍ଜାବରେ ବଡ଼ ବଡ଼ ସଟ୍ ଖେଳୁଥିବା କିଛି ଦେଶୀ ବିଦେଶୀ ଖେଳାଳି ରହିଛନ୍ତି।

ଦିଲ୍ଲୀ ପାଖରେ ରବିଚନ୍ଦ୍ରନ୍‌ ଅଶ୍ବିନ, ଅମିତ ମିଶ୍ର ଓ ଅକ୍ଷର ପଟେଲଙ୍କ ଭଳି ସ୍ପିନର ରହିଛନ୍ତି। ସେହିଦୃଷ୍ଟିରୁ ପଞ୍ଜାବଠାରୁ ଦିଲ୍ଲୀ ବୋଲିଂ ବାହିନୀ ଟିକିଏ ଶକ୍ତିଶାଳୀ ମନେ ହେଉଛି। ଦିଲ୍ଲୀ ପାଖରେ ଭଲ ବ୍ୟାଟ୍ସମ୍ୟାନ୍ ବି ଅଛନ୍ତି। ତେବେ ଏହି ମ୍ୟାଚ୍‌କୁ ମଧ୍ୟ ଭାରତୀୟ କ୍ରିକେଟ୍‌ର ଦୁଇ ସମ୍ଭାବ୍ୟ ଭବିଷ୍ୟତ ଅଧିନାୟକ ଶ୍ରେୟସ୍ ଆୟର ଓ କେଏଲ୍ ରାହୁଲଙ୍କ ଲଢ଼େଇର ଆଖ୍ୟା ମିଳିଛି।

ସମ୍ବନ୍ଧିତ ଖବର