ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲ୍‌ର ୩୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୬୫ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯ ଓଭରରେ ୫ ୱିକେଟ ହରାଇ ୧୬୭ ରନ୍‌ କରି ବିଜୟ ହାସଲ କରିଛି । ପ୍ରଥମରୁ ପଞ୍ଜାବ ପକ୍ଷରୁ ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଦୁଇ ଓପନର କେ ଏଲ୍‌ ରାହୁଲ ୧୫ ରନ୍‌ କରି ଆଉଟ ହୋଇଥିବା ବେଳେ ମୟଙ୍କ ଅଗ୍ରୱାଲ ୫ ରନ୍‌ କରି ରନ୍‌ଆଉଟ ହୋଇଥିଲେ । ଅନ୍ୟପକ୍ଷରେ ନିକୋଲାସ୍ ପୁରାନ୍ ୨୮ ବଲରେ ୫୩ ରନ୍‌ ଓ ଗ୍ଲେନ୍ ମ୍ୟାକ୍ସୱେଲ ୨୪ ବଲରେ ୩୨ ରନ୍‌ କରି ପଞ୍ଜାବକୁ ବିଜୟ ଦେଇଥିଲେ । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ କାଗିସୋ ରାବାଡା ୨ଟି ୱିକେଟ ନେଇଥିିବା ବେଳେ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ପଞ୍ଜାବ ୮ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୫ମ ସ୍ଥାନରେ ରହିଛି ।

Advertisment

ପୂର୍ବରୁ ଟସ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ତାରକା ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ମାତ୍ର ୬୧ଟି ବଲରୁ ୧୦୬ ରନ ସଂଗ୍ରହ କରିଥିଲେ । ନିଜର ଏହି ଶତକୀୟ ଇନିଂସରେ ସେ ୧୨ଟି ଚୌକା ଓ ୩ଟି ଛକା ମାରିଥିଲେ । ଚଳିତ ଆଇପିଏଲରେ ଏହା ତାଙ୍କର ୨ୟ ଶତକ । ତେବେ ଦିଲ୍ଲୀର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ସ୍କୋର କରିପାରି ନଥିଲେ । ଫଳରେ ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୬୪ ରନ କରିଥିଲେ ।