ରୋମାଞ୍ଚକର ଦ୍ବିତୀୟ ସୁପର ଓଭରରେ ‌ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୩୬ତମ ମ୍ୟାଚ୍‌ରେ ଦ୍ବିତୀୟ ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୭୭ ରନ୍‌ର ଲକ୍ଷ୍ୟକୁ ପିଛ‌ା କରି ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ୍‌ କରିଥିଲା । ଫଳରେ ଉଭୟ ଦଳର ରନ୍‌ ସମାାନ ହେବାରୁ ମ୍ୟାଚ ଟାଇ ହୋଇଥିଲା । ଆଇପିଏଲ୍ ନିୟମ ଅନୁଯାୟୀ ସୁପର ଓଭର ଖେଳା ଯାଇଥିଲା। ଏଥିରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୫ ରନ୍‌ କରିବାରେ ସକ୍ଷମ ହୋଇଥିଲା । ମୁମ୍ବାଇ ପକ୍ଷରୁ ଜସପ୍ରୀତ ବୁମରା ୨ଟି ୱିକେଟ ନେଇଥିଲେ । ଅନ୍ୟପକ୍ଷରେ ବିସ୍ମୟଜନକ ଭାବେ ମୁମ୍ବାଇ ମଧ୍ୟ ସୁପର ଓଭରରେ ସେହି ୨ଟି ୱିକେଟ ହରାଇ ୫ ରନ୍‌ କରିଥିଲା। ପଞ୍ଜାବ ପକ୍ଷରୁ ମହମ୍ମମଦ ଶାମି ୨ଟି ୱିକେଟ ନେଇଥିଲେ । ଫଳରେ ଉଭୟ ଦଳର ରନ୍‌ ପୁଣି ଥରେ ସମାନ ହେବାରୁ ନିୟମ ଅନୁଯାୟୀ ଆଉ ଏକ ସୁପର ଓଭର ଖେଳା ଯାଇଥିଲା । ଦ୍ବିତୀୟ ସୁପର ଓଭରରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୧ ରନ୍ ସଂଗ୍ରହ‌ କରିଥିଲା। ମାତ୍ର  ପଞ୍ଜାବ ପକ୍ଷରୁ ବ୍ୟାଟିଂ କରୁଥିବା କ୍ରିସ ଗେଲ୍ ଗୋଟିଏ ଛକା ସହିତ ୭ ରନ୍ ଓ ମୟଙ୍କ ଅଗ୍ରଓ୍ୱାଲ୍  ଦୁଇଟି ଚୌକାମାରି ଏହି ରୋମାଞ୍ଚକ ମ୍ୟାଚରେ ଦଳକୁ ବିଜୟ ଦେଇଥିଲେ ।

ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଗୋଟଏ ଦିନରେ ଦୁଇଟି ସୁପର ଓଭର ଦେଖିବାକୁ ମିଳିଥିଲା । ଆଜିର ପ୍ରଥମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ସୁପର ଓଭର ଖେଳ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ୍‌ ଓ କିଙ୍ଗସ୍‌ ଇଲେଭେନ ପଞ୍ଜାବ ମଧ୍ୟରେ ବି ସୁପର ଓଭର ମାଧ୍ୟମରେ ହାରଜିିିତ ଫଇସାଲା ହୋଇଥିଲା।

ପୂର୍ବରୂ ମୁମ୍ବାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ସ୍କୋର ୨୩ ରନ୍‌ ଥିବା ବେଳେ ଅଧିନାୟକ ରୋହିତ ଶର୍ମା ପଂଜାବର ପ୍ରଥମ ଶିକାର ହୋଇଥିଲେ। ରୋହିତ ୯ ରନ୍‌ ସଂଗ୍ରହ କରି ଶସ୍ତାରେ ଆଉଟ୍‌ ହୋଇଥିଲେ। ମୁମ୍ବାଇ ୨ୟ ଓ୍ଵିକେଟ୍‌ ଭାବେ ୨୪ ରନ୍‌ରେ ଯୁବ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ହରାଇଥିଲା। ସେହିପରି ଦଳୀୟ ସ୍କୋର ୩୮ ରନ୍‌ ଥିବା ବେଳେ ଈଶାନ କିଷାନ (୭ ରନ୍‌) ଆଉଟ୍‌ ହୋଇଥିଲେ। କ୍ରୁଣାଳ ପାଣ୍ଡ୍ୟା ୩୪ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍‌ ଯୋଗଦାନ ଦେଇଥିଲେ। କିରଣ ପୋଲାର୍ଡ ଓ ନାଥାନ କଲଟର ନାଇଲ ଅପରାଜିତ ରହି ପାଭଲିଅନକୁ ଫେରିଥିଲେ। ଏହି ଦୁଇ ଜଣ ଯଥାକ୍ରମେ ୩୪ ଓ ୨୪ ରନ୍‌ ଯୋଡ଼ିଥିଲେ।

ସମ୍ବନ୍ଧିତ ଖବର