କିପ୍‌ଚୋଗେଙ୍କ ମାରାଥନ୍‌ ବିଶ୍ବ କୀର୍ତ୍ତିମାନ

ବର୍ଲିନ: କେନିଆର ଇଲିଉଡ କିପଚୋଗ ରବିବାର ନୂଆ କୀର୍ତ୍ତିମାନ ସହ ବର୍ଲିନ ମାରାଥନ ଜିତିଛନ୍ତି। ଏଥିସହ ସେ ୪ ବର୍ଷ ତଳେ ଜର୍ମାନୀରେ କରିଥିବା କୀର୍ତ୍ତିମାନକୁ ଭାଙ୍ଗିଥିଲେ। ସେ (୨:୦୧:୦୯ ସେକେଣ୍ଡ) ଗତ କୀର୍ତ୍ତିମାନ ସମୟଠୁ ଅଧ ମିନିଟ୍‌ କମ୍‌ରେ ଏହି ରେସ୍‌ ଶେଷ କରିଥି‌ଲେ। ଏହି ୩୭ ବର୍ଷୀୟ ତାରକାଙ୍କର ଏହା ୧୭ ମାରାଥନ୍‌ରୁ ୧୫ତମ ବିଜୟ। ଏଥିରେ ୨ ଅଲିମ୍ପିକ୍‌ ସ୍ବର୍ଣ୍ଣ ଏବଂ ୧୦ ପ୍ରମୁଖ ମୁକୁଟ ରହିଛି। ବର୍ଲିନ୍‌ରେ ତାଙ୍କ ସାଥୀ ମାର୍କ କୋରିର ଦ୍ବିତୀୟ ସ୍ଥାନରେ ରହି କେନିଆକୁ ୧-୨ ଫିନିସ୍‌ ଦେଇଥିଲେ। ଇଥିଓପିଆର ତାଡୁ ଆବାଟ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧିତ ଖବର