ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ଡବ୍ଲୁଭି ରମଣଙ୍କୁ ଗୁରୁବାର ମହିଳା କ୍ରିକେଟ ଟିମ୍‌ର ନୂଆ କୋଚ ପଦରେ ନିଯୁକ୍ତି ଦିଆଯାଇଛି। ମୁମ୍ବାଇରେ ଅନୁଷ୍ଠିତ ସାକ୍ଷାତକାର ପରେ ରମଣଙ୍କ ନାଁ ଚୟନ କରାଯାଇଛି। ବିସିସିଆଇ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ର ୨୦୧୧ ବିଶ୍ୱକପ୍‌ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା ପୂର୍ବତନ କୋଚ୍‌ ଗ୍ୟାରି କଷ୍ଟର୍ନ, ଭାରତୀୟ ଟିମ୍‌ର ପୂର୍ବତନ ବୋଲର ଭେଙ୍କଟେସ୍‌ ପ୍ରସାଦ ଏବଂ ରମଣଙ୍କ ନାଁ ସାକ୍ଷାତକାର ପରେ ଶେଷ ତାଲିକାରେ ସାମିଲ କରାଯାଇଥିଲା।

Advertisment

ଦକ୍ଷିଣ ଆଫ୍ରିକାର କୋଚ୍‌ ଗ୍ୟାରି କଷ୍ଟର୍ନ ରୟାଲ ଚ୍ୟାଲେଞ୍ଜର୍ସ ଠାରୁ ଚୁକ୍ତି ଶେଷ କରିବାକୁ ରାଜି ନହେବାରୁ ବିସିସିଆଇ ରମଣଙ୍କୁ କୋଚ ପଦରେ ନିଯୁକ୍ତି କରିଛି।   ୫୩ ବର୍ଷିଅ ରମଣ ବର୍ତ୍ତମାନ ବେଙ୍ଗାଲୁରୁରେ ନ୍ୟାସନାଲ କ୍ରିକେଟ ଏକାଡେମି ପାଇଁ ବୋଲିଂ ପରାମର୍ଶଦାତା ଭାବରେ କାମ କରୁଛନ୍ତି। ବିସିସିଆଇର ଦ୍ୱାରା ନିଯୁକ୍ତ ଚୟନ କମିଟିରେ ପୂର୍ବତନ ଅଧିନାୟକ କପିଳ ଦେବ, ଅଂଶୁମାନ ଗାୟକଓ୍ଵାଡ ଏବଂ ଏସ୍‌. ରଂଗସ୍ୱାମୀ ସାମିଲ ଥିଲେ। ‘ବିସିସିଆଇ’ର ଏଡ.ହକ୍‌ ସିଲେକ୍‌ସନ୍‌ କମିଟିକୁ କଷ୍ଟର୍ନ ପସନ୍ଦ ଆସିଥିଲା କିନ୍ତୁ କଷ୍ଟର୍ନ ଆରସିବିରୁ ପଦ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ।

publive-image

କଷ୍ଟର୍ନ ଯେତେବେଳେ କୋଚ ଥିଲେ, ଭାରତୀୟ ପୁରୁଷ ଟିମ୍‌ ୨୦୧୧ରେ ବିଶ୍ୱ କପ୍‌ ଜିତିଥିଲା। ସେ ୨୦୦୮ ରୁ ୨୦୧୧ ମଧ୍ୟରେ ୩ ବର୍ଷିଆ ଚୁକ୍ତିରେ ଭାରତୀୟ ପୁରୁଷ ଟିମ୍‌ ପାଇଁ କୋଚ ଥିଲେ। ଏହା ପରେ ସେ ୨୦୧୧ ରୁ ୨୦୧୩ ପର୍ଯ୍ୟନ୍ତ ନିଜ ଦେଶ ଦକ୍ଷିଣ ଆଫ୍ରିକା ଟିମ୍‌କୁ କୋଚିଂ ଦେଇଥିଲେ।

ମହିଳା ଟିମ୍‌ର କୋଚ୍‌ ପାଇଁ ୨୮ ଜଣ ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ଯେଉଁମାନଙ୍କ ସାକ୍ଷାତକାର ପାଇଁ ଡକାଯାଇଛି, ସେମାନଙ୍କ ମଧ୍ୟରେ ଗ୍ୟାରି କଷ୍ଟର୍ନ, ହର୍ସଲ ଗିବସ୍‌, ରମେଶ ପାଓ୍ଵାରଙ୍କ ବ୍ୟତୀତ ଡବ୍ଲୁବି ରମଣ, ଭେଙ୍କଟେସ୍‌ ପ୍ରସାଦ, ମନୋଜ ପ୍ରଭାକର, ଟ୍ରେଣ୍ଟ ଜନସନ୍‌, ମାର୍କ କୋଲସ୍‌, ବ୍ରେଡ ହଗ୍‌ ଆଦି ସାମିଲ।