ମଦନପୁର କପ୍‌ ଫାଇନାଲ୍‌ରେ କିଶୋର କ୍ଲବ୍‌

ଭୁବନେଶ୍ବର: ସପ୍ତମ ରାଜ୍ୟସ୍ତରୀୟ ମଦନପୁର କପ୍ ଫୁଟ୍‌ବଲ୍ ପ୍ରତିଯୋଗିତାର ଫାଇନାଲରେ ଜଟଣୀ ଫ୍ରେଣ୍ଡ୍ସ ପାରାଡାଇଜ୍ କ୍ଲବ୍‌କୁ ଭେଟିବ ଭୁବନେଶ୍ବରର କିଶୋର କ୍ଲବ୍‌।  ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ରେ କିଶୋର କ୍ଲବ୍‌ ୨-୦ ଗୋଲ୍‌ରେ ଓଡ଼ିଶା ପୁଲିସ (କଟକ)କୁ ପରାସ୍ତ କାରିଥିଲା। ଜୟନ୍ତ ରାଉତ (୨୦ ମିନିଟ୍‌) ଏବଂ ସନ୍ଦୀପ ପାନା (୪୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଯୁଗ୍ମ ଭାବେ କିଶୋର କ୍ଲବ୍‌ର ଜୟନ୍ତ ରା‌ଉତ ଓ ଓଡ଼ିଶା ପୁଲିସର ସନ୍ଦୀପ ଗଡ଼ନାୟକଙ୍କୁ ମିଳିଥିଲା। ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସମାଜସେବୀ ନବରଂଜନ ପଟ୍ଟନାୟକ, ବିଜୟ କୁମାର ଚୌଧୁରୀ ଉପସ୍ଥିତ ଥିଲେ। ଶନିବାର ଚତୁର୍ଥ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ନୀତା ଆମ୍ବାନୀ ଏକା‌ଡେମି ଓ ବରଙ୍ଗବାଲୀ ଦଳ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର