ଭୁବନେଶ୍ୱର: ୟୁନିଟ୍-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଚାଲିଥିବା ବିଂଶତମ ଟାଟା-ଉତ୍କଳିକା ଆମନ୍ତ୍ରଣୀୟ କପ୍ ଫୁଟବଲ୍ ପ୍ରତିଯୋଗିତାର କ୍ୱାର୍ଟର୍ ଫାଇନାଲ୍ରେ ବାରବାଟୀ ସ୍ପୋର୍ଟିଂ ପ୍ରବେଶ କରିଛି। ବୁଧବାର ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ବାଟବାଟୀ ସ୍ପୋର୍ଟିଂ ୪-୨ ଟାଇବ୍ରେକର୍ରେ ପୂର୍ବଥରର ବିଜେତା କିଶୋର କ୍ଲବ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛି। ୩୬ତମ ମିନିଟ୍ରେ ପଦ୍ମ ଜେନାଙ୍କ ଗୋଲ୍ରେ କିଶୋର କ୍ଲବ୍ ଆଗୁଆ ରହିଥିଲା। ହେଲେ ୪୪ତମ ମିନିଟ୍ରେ ବାରବାଟୀ ପକ୍ଷରୁ ସାସ୍ୱତ ସ୍ୱାଇଁ ଗୋଲ୍ ଦେଇ ପ୍ରଥମାର୍ଧ ସ୍ଥିତି ୧-୧ରେ ରଖିଥିଲେ। ଦ୍ୱିତୀୟାର୍ଧରେ କୌଣସି ଗୋଲ୍ ନହେବାରୁ ମ୍ୟାଚ୍ ଅମରମାଂସିତ ରହିଥିଲା। ଫଳରେ ଫଳାଫଳ ପାଇଁ ଟାଇବ୍ରେକର୍ର ସହାୟତା ନିଆଯାଇଥିଲା। ଏଥିରେ ବାରବାଟୀ ସ୍ପୋର୍ଟିଂ ବାଜି ମାରି ନେଇଥିଲା। ବାରବାଟୀ ପକ୍ଷରୁ ସେଖ୍ କମାଲୁଦ୍ଦିନ୍, ସାସ୍ୱତ ସ୍ୱାଇଁ ଓ ପ୍ରଦୀପ ଡିଗଲ୍ ଗୋଲ୍ କରିଥିଲା ବେଳେ କିଶୋର କ୍ଲବ୍ ପକ୍ଷରୁ ଏକମାତ୍ର ଗୋଲ୍ ଶଶୀକାନ୍ତ ସାଣ୍ଡିଲ୍ କରିଥିଲେ। ତେବେ ଟାଇବ୍ରେକର୍ରେ ୩ ଗୋଲ୍ ଅଟକାଇବା ସହ ବ୍ୟକ୍ତିଗତ ଭାବେ ଗୋଟିଏ ଗୋଲ୍ ଦେଇଥିବା ବାରବାଟୀ ଗୋଲ୍ ରକ୍ଷକ ସେଖ୍ କମାଲୁଦ୍ଦିନ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଭୁବନେଶ୍ୱର ଦୌଡ଼କୁଦ ସଂଘର ଯୁଗ୍ମ ସମ୍ପାଦକ ନବ ରଂଜନ ପଟ୍ଟନାୟକ ପ୍ରଦାନ କରିଥିଲେ। କ୍ଲବ୍ର ଉପସଭାପତି ଅକ୍ଷୟ କୁମାର ଦାସ, ପ୍ରଫୁଲ୍ଲ ମିଶ୍ର, ସମ୍ପାଦକ ଦିଲ୍ଲୀପ କୁମାର ଦାସ, ଅମୀୟ ମିଶ୍ର, ନରେନ୍ଦ୍ର ସେଠୀ ଏବଂ ଚୌଧୁରୀ ପ୍ରିୟନାଥ ମିଶ୍ର ଅତିଥି ଭାବେ ଉପସ୍ଥିତ ଥିଲେ। ଟି ମୋହନ ରାଓ, ସୁଦୀପ ଦାସ, ପ୍ରଦୀପ ନାୟକ ଖେଳ ପରିଚାଳନା କରିଥିଲେ। ରାଜୁ କୁମାର ମହାନ୍ତି ମ୍ୟାଚ୍ କମିସନର ଥିଲେ। ବାରବାଟୀ ସ୍ପୋର୍ଟିଂ ଗୁରୁବାର ପ୍ରଥମ କ୍ୱାର୍ଟର୍ ଫାଇନାଲ୍ରେ ଓଡ଼ିଶା ପୁଲିସକୁ ଭେଟିବ।
କିଶୋର କ୍ଲବ୍କୁ ବିଦାକଲା ବାରବାଟି ସ୍ପୋର୍ଟିଂ
ଟାଟା ଉତ୍କଳିକା କପ୍
/sambad/media/post_attachments/wp-content/uploads/2018/03/11-tata-Utkalika.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)