ଜାତୀୟ ସୁନ୍ଦର ସ୍ବାସ୍ଥ୍ୟରେ କିଶୋରଙ୍କୁ ସ୍ବର୍ଣ୍ଣ

ବ୍ରହ୍ମପୁର: ଜମ୍ମୁକଶ୍ମୀର ରାଜ୍ୟ ଆମେଚର ବଡିବିଲ୍ଡିଂ ପକ୍ଷରୁ ଜେନେରାଲ ଜୋରାବର୍‌ ଅଡିଟୋରିୟମରେ ଅନୁଷ୍ଠିତ ୫୭ତମ ଜାତୀୟ କନିଷ୍ଠ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ବ୍ରହ୍ମପୁର ହେଲ୍ଥ ଆଣ୍ଡ ଫିଟନେସ୍‌ ଜିମ୍‌ର କିଶୋର ଚନ୍ଦ୍ର ବିଷୋୟୀ ୭୦ କେଜି ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ବର୍ଣ୍ଣପଦକ ହାସଲ କରିବା ସହ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିସହ ପ୍ରତିଯୋଗିତାର ଶ୍ରେଷ୍ଠ ବିକଶିତ ସ୍ବାସ୍ଥ୍ୟ (ଇମ୍ପ୍ରୁଭଡ୍ ବଡି) ଏବଂ କ୍ଲାସିକ୍‌ ଟାଇଟଲ୍ ମଧ୍ୟ ସେ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାର ମୋଟ ୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ୨ ଜଣ ସ୍ବର୍ଣ୍ଣ ଜିତିବାରେ ସକ୍ଷମ ହୋଇଥିଲେ। ଉଦୟଙ୍କ ବାଦ୍‌ ବାଲେଶ୍ବରର ଜଣେ ପ୍ରତିଯୋଗୀ ୫୫ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କିନ୍ତୁ ତାଙ୍କ ପରିଚୟ ହସ୍ତଗତ ହୋଇନାହିଁ।

ସମ୍ବନ୍ଧିତ ଖବର