କିସ୍‌ପୋଟାଙ୍କୁ ଏସୀୟ ଯୁଗଳ ମୁକୁଟ

ଭୁବନେଶ୍ବର: ଆସାମର ଜୋରହଟଠାରେ ଅନୁଷ୍ଠିତ ଏସୀୟ ୧୪ ବର୍ଷରୁ କମ୍‌ ଟେନିସ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅ ନିମା ସାରା କିସ୍‌ପୋଟା ବାଳିକା ଯୁଗଳ ବର୍ଗ ଟ୍ରଫି ଜିତି ବଡ଼ ସଫଳତା ପାଇଛନ୍ତି। ଆସାମର ନମ୍ରତା ଦାସଙ୍କୁ ସାଥୀ କରି ଖେଳିଥିବା ନିମା ଫାଇନାଲରେ ରିଦ୍ଧି ଚୌଧୁରୀ-ଜ୍ୟୋଶିତା ସୁରେଶ କୁମାର ଅମୃତାଙ୍କୁ ୬-୧, ୭-୬ (୮)ରେ ହରାଇଥିଲେ। ପୂର୍ବରୁ ଏକକ ବର୍ଗରେ କିନ୍ତୁ ଇକା ରାଜୁ କୁନୁମୁରୀଙ୍କଠାରୁ ୧-୪, ୪-୧, ୨-୪ରେ ହାରି ନିମା ନବମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଏଟିଏଫ (ଏସୀୟ ଟେନିସ୍ ସଂଘ) ଦ୍ବାରା ଏହି ଏସୀୟ କନିଷ୍ଠ ପ୍ରତିଯୋଗିତା ଅନୁମୋଦିତ ଥିଲା।

ସମ୍ବନ୍ଧିତ ଖବର